33.1 C
Bhubaneswar
Sunday, September 22, 2024
Homeଖେଳଦୁଲୀପ୍ ଟ୍ରଫି: ରିକି ଭୂଇ ଓ ଶ୍ରେୟସ୍ ଆୟରଙ୍କ ଅର୍ଦ୍ଧଶତକ; ଇଣ୍ଡିଆ-ଡି ୩୧୧ ରନ୍‌ରେ ଆଗୁଆ

ଦୁଲୀପ୍ ଟ୍ରଫି: ରିକି ଭୂଇ ଓ ଶ୍ରେୟସ୍ ଆୟରଙ୍କ ଅର୍ଦ୍ଧଶତକ; ଇଣ୍ଡିଆ-ଡି ୩୧୧ ରନ୍‌ରେ ଆଗୁଆ

ଅନନ୍ତପୁର: ଅନନ୍ତପୁରରେ ଖେଳାଯାଉଥିବା ଦୁଲୀପ୍ ଟ୍ରଫିର ଅନ୍ତିମ ରାଉଣ୍ଡ୍ ମ୍ୟାଚ୍ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶନିବାର ତୃତୀୟ ଦିନ ଖେଳ ଶେଷ ବେଳକୁ ଇଣ୍ଡିଆ-ବି’ ବିପକ୍ଷରେ ଇଣ୍ଡିଆ-ଡି’ ଦ୍ୱିତୀୟ ଇନିଂସ୍‌ରେ ୫ ୱିକେଟ୍ ହରାଇ ୨୪୪ ରନ୍ କରିବା ସହିତ ୩୧୧ ରନ୍‌ରେ ଆଗୁଆ ରହିଛି। ସେହିପରି ଇଣ୍ଡିଆ-ସି ବିପକ୍ଷରେ ଇଣ୍ଡିଆ-ଏ’ ୬ ୱିକେଟ୍ ବିନିମୟରେ ୨୭୦ ରନ୍ କରିଛି। ଫଳରେ ପ୍ରଥମ ଇନିଂସ୍‌ରେ ୨୩୪ ରନ୍ କରିଥିବା ଇଣ୍ଡିଆ-ସି’ ବିପକ୍ଷରେ ଟିମ୍ ୩୩୩ ରନ୍ ଅଗ୍ରଣୀ ଲାଭ କରିଛି।

ଦ୍ୱିତୀୟ ଇନିଂସ୍‌ରେ ଇଣ୍ଡିଆ-ଡି’ ପକ୍ଷରୁ ଶ୍ରେୟସ୍ ଆୟର୍ ୫୦, ସଞ୍ଜୁ ସାମ୍‌ସନ୍ ୪୫, ଦେବଦତ୍ତ ପାଡିକ୍କଲ୍ ୩, କେଏସ୍ ଭରତ ୨ ଏବଂ ନିଶାନ୍ତ ସିନ୍ଧୁ ୫ ରନ୍ କରି ଆଉଟ୍ ହୋଇଥିଲେ। ତୃତୀୟ ଦିନ ଷ୍ଟମ୍ପ୍‌ସ ବେଳକୁ ରିକି ଭୂଇ ୯୦ ଏବଂ ଆକାଶ ସେନଗୁପ୍ତା ୨୮ ରନ୍ କରି କ୍ରିଜ୍‌ରେ ଥିଲେ। ଇଣ୍ଡିଆ-ବିି’ ଅଭିମନ୍ୟୁ ଈଶ୍ୱରନ୍‌ଙ୍କ (୧୧୬) ଶତକ ଏବଂ ୱାଶିଂଟନ୍ ସୁନ୍ଦରଙ୍କ ୮୭ ରନ୍ ବଳରେ ୨୮୨ ରନ୍ କରିଥିଲା। ଇଣ୍ଡିଆ-ବି ପକ୍ଷରୁ ମୁକେଶ କୁମାର ୩ ଓ ନବଦୀପ ସାଇନି ୨ଟି ୱିକେଟ୍ ନେଇଛନ୍ତି।

ଦ୍ୱିତୀୟ ମ୍ୟାଚ୍‌ରେ ପ୍ରଥମ ଇନିଂସ୍‌ରେ ଇଣ୍ଡିଆ-ଏ’ ୨୯୭ ଏବଂ ଇଣ୍ଡିଆ-ସି’ ୨୩୪ ରନ୍ କରିଥିଲେ। ଦ୍ୱିତୀୟ ଇନିଂସ୍‌ରେ ଇଣ୍ଡିଆ-ଏ’ ୬ ୱିକେଟ୍ ହରାଇ ୨୭୦ ରନ୍ କରିଛି। ଫଳରେ ଇଣ୍ଡିଆ-ଏ ୩୩୩ ରନ୍‌ରେ ଆଗୁଆ ରହିଛି। ଟିମ୍ ପକ୍ଷରୁ ରିୟାନ୍ ପରାଗ ୭୩, ଶାଶ୍ୱତ ରାୱତ ୫୩ ଏବଂ ରନ୍‌ର ଇନିଂସ୍ ଖେଳିଛନ୍ତି। ସେହିପରି ମୟଙ୍କ ଅଗ୍ରୱାଲ୍ ୩୪, ତିଳକ ବର୍ମା ୧୮, ପ୍ରଥମ ସିଂହ ୧୧ ରନ୍ ଓ ଶମ୍ସ ମୁଲାନୀ ୮ ରନ୍ କରି ଆଉଟ୍ ହୋଇଥିଲେ। ଷ୍ଟମ୍ପ୍‌ସ ବେଳକୁ କୁମାର କୁଶାଗ୍ର ୪୦, ତନୁଷ କୋଟିୟନ୍ ୧୩ ରନ୍‌ରେ ବ୍ୟାଟିଂ କରୁଛନ୍ତି। ଇଣ୍ଡିଆ-ସି ଅଂଶୁଲ କମ୍ବୋଜ, ଗୌରବ ଯାଦବ ଏବଂ ମାନବ ସୁଥାର ୨-୨ ୱିକେଟ୍ ନେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking