20.1 C
Bhubaneswar
Thursday, February 12, 2026
Homeଓଡିଶାହାତୀପଲଙ୍କ ଅନୁପ୍ରବେଶ ପାଇଁ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ସେବା ବ୍ୟାହତ

ହାତୀପଲଙ୍କ ଅନୁପ୍ରବେଶ ପାଇଁ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ସେବା ବ୍ୟାହତ

ଭୁବନେଶ୍ୱର: ଗୋଟିଏ ହାତୀପଲ ବିଗତ ୧୫ ଦିନ ହେବ ବିଭିନ୍ନ ଜଙ୍ଗଲ ଅଞ୍ଚଳରୁ ଚାଲିଆସି କଳାହାଣ୍ଡି ଜିଲ୍ଲାର ନୁନମଥା, ବାଲସି, କେସିଙ୍ଗା, ନର୍ଲା, ବିଶ୍ୱନାଥପୁର ଏବଂ ଏମ୍‌. ରାମପୁର ବ୍ଲକର ଅନେକ ଅଞ୍ଚଳରେ ଖାଦ୍ୟ ଅନୁକ୍ଷେଣରେ ଘୂରି ବୁଲୁଛନ୍ତି। ଏହି ହାତୀପଲଙ୍କ ଗତିବିଧି ହେତୁ ଜଙ୍ଗଲ ବିଭାଗ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଟିପିଡବ୍ଲ୍ୟୁଓଡିଏଲର ଗୋଟିଏ ଟିମ୍ ହାତୀପଲ ଉପରେ ନଜର ରଖିବା ସହ ହାତୀଙ୍କ ସୁରକ୍ଷା ଦୃଷ୍ଟିରୁ ବିଦ୍ୟୁତ୍ ସରବରାହକୁ ବିଚ୍ଛିନ୍ନ କରୁଛନ୍ତି। ଫଳ ସୂରୂପ ବିଗତ ୧୫ ଦିନ ଧରି ନୁନମଥା, ବାଲସି, କେସିଙ୍ଗା, ନର୍ଲା, ବିଶ୍ୱନାଥପୁର ଏବଂ ଏମ୍‌. ରାମପୁର ବ୍ଲକର ବିଭିନ୍ନ ଅଞ୍ଚଳ ଏବଂ ଏହାର ଆଖପାଖ ଅଞ୍ଚଳରେ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ବିଦ୍ୟୁତ୍ ସେବା ବ୍ୟାହତ ହେଉଅଛି। ଜଙ୍ଗଲ ବିଭାଗ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ହାତୀପଲ ଉକ୍ତ ଜନବସତି ଅଞ୍ଚଳ ଛାଡ଼ିବା ପର୍ଯ୍ୟନ୍ତ ବିଦ୍ୟୁତ୍ ସେବା ଆଗାମୀ ଦିନ ମାନଙ୍କରେ ମଧ୍ୟ ଏହିପରି ଭାବେ ବ୍ୟାଘାତ ଘଟିବ। ବିଦ୍ୟୁତ୍ ସେବା ଏହିପରି ଭାବେ ବ୍ୟାହତ ହେବା ଫଳରେ ପାଖାପାଖି ୮ ହଜାରରୁ ଉର୍ଦ୍ଧ୍ୱ ଟିପିଡବ୍ଲ୍ୟୁଓଡିଏଲ୍ ଗ୍ରାହକ ଅନବରତ ବିଦ୍ୟୁତ୍ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଏଥିପାଇଁ ଟିପିଡବ୍ଲ୍ୟୁଓଡିଏଲ୍ ପକ୍ଷରୁ ଆମେ ଦୁଃଖପ୍ରକାଶ କରିବା ସହ ଜନସାଧାରଣ, ପ୍ରଶାସନ ତଥା ଗ୍ରାହକଙ୍କ ସହଯୋଗ କାମନା କରୁଅଛୁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking