ଭୁବନେଶ୍ୱର: ଭୁବନେଶ୍ୱର ସାଇ ଇଣ୍ଟରନ୍ୟାସନାଲ ସ୍କୁଲ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଛନ୍ତି ଶୁଭାଂଶୁ ଶୁକ୍ଳା । ଛାତ୍ରଛାତ୍ରୀମାନଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ଶୁଭାଂଶୁ । କହିଛନ୍ତି, ଓଡିଶା ଆସି ବହୁତ ଖୁସି ଲାଗୁଛି, ଆଗରୁ ବି ଆସିଥିଲି। ଓଡିଆ ପିଲାମାନେ ମହାକାଶ ବିଜ୍ଞାନରେ ଆଗକୁ ଯାଆନ୍ତୁ । ମହାକାଶର ଅନୁଭୂତି ବାଣ୍ଟିବାକୁ ଓଡିଶା ଆସିଛି । ମହାକାଶର ଅନୁଭୂତି ଅତ୍ୟନ୍ତ ନିଆରା ଥିଲା । ସ୍ପେଶରେ ଉଚ୍ଚତା ବଢିବା ପରି ଲାଗେ । ପ୍ରଥମ ୪ରୁ ୫ ଦିନ ଖାପ ଖୁଆଇବା ଚ୍ୟାଲେଞ୍ଜିଂ । ସେହିପରି ଫେରିବା ପରେ ପୃଥୀବୀପୃଷ୍ଠ ବି ଚ୍ୟାଲେଞ୍ଜିଂ ଲାଗେ । ଜିରୋ ଗ୍ରାଭିଟିରେ ଶରୀର ବିଦ୍ରୋହ କରେ କୁହାଯାଇପାରିବ । ରକ୍ତଚାପରେ ପରିବର୍ତ୍ତନ ଯୋଗୁଁ ହୃତସ୍ପନ୍ଦନ କମ ହୋଇଥାଏ । ଜିରୋ ଗ୍ରାଭିଟିରେ ଉଚ୍ଚତା ବଢିବା ପରି ଲାଗେ । ମହାକାଶକୁ ଫେରିଲା ପରେ ପୂର୍ବାବସ୍ଥା ଅନୁଭବ ହୁଏ । ଜିରୋ ଗ୍ରାଭିଟି ପାଇଁ ମହାକାଶରେ ଡ୍ରାଏଫୁଡ ଖାଇବା ସମ୍ଭବ ନୁହେଁ । ମହାକାଶରେ ଜୀବନ ଚର୍ଯ୍ୟା ଭିନ୍ନ ଥିଲା । ଆକ୍ସିୟମ- ୪ ମିଶନରେ ୧୮ ଦିନ ମହାକାଶରେ ରହିଥିଲେ ଶୁଭାଂଶୁ ।










