33.1 C
Bhubaneswar
Tuesday, March 31, 2026
Homeଅପରାଧଟ୍ରାଫିକ୍‌ ପୁଲିସ୍‌ଙ୍କୁ ପିଟିଲେ ନିଶାସକ୍ତ ଅଟୋ ଚାଳକ

ଟ୍ରାଫିକ୍‌ ପୁଲିସ୍‌ଙ୍କୁ ପିଟିଲେ ନିଶାସକ୍ତ ଅଟୋ ଚାଳକ

ମହାରାଷ୍ଟ୍ରର : ମହାରାଷ୍ଟ୍ରର ଉଲ୍ଲାସନଗର ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା। ବିଚ୍‌ ରାସ୍ତାରେ ଟ୍ରାଫିକ୍‌ ପୁଲିସ୍‌ଙ୍କୁ ପିଟିଲେ ଅଟୋ ଚାଳକ । ନିୟନ୍ତ୍ରଣରେ ନ ଥିବା ଅଟୋ ଚାଳକ ଟ୍ରାଫିକ ପୁଲିସ୍‌ଙ୍କ ଗାଲକୁ ମାରିଲେ ଶକ୍ତ ଚାପୁଡ଼ା। ନିଶାସକ୍ତ ଅଟୋ ଡ୍ରାଇଭର ବିଚ୍‌ ରାସ୍ତାରେ ଯୁବତୀଙ୍କ ସହ କରୁଥିଲେ ଅସଦାଚରଣ । ଟ୍ରାଫିକ୍‌ ପୁଲିସ୍ ଏହାଦେଖି ଅଟୋ ଚାଳକଙ୍କୁ କାବୁ କରିବାକୁ ଚେଷ୍ଟା କରିବା ବେଳେ ଘଟିଲା ଏପରି ଘଟଣା । ଖବର ପାଇ ପୁଲିସ୍‌ ଟିମ୍‌ ପହଞ୍ଚି ସମ୍ପୃକ୍ତ ଅଟୋ ଚାଳକଙ୍କୁ କାବୁ କରି ଥାନାକୁ ନେଉଥିଲେ। ମାତ୍ର ସୁଯୋଗ ପାଇ ଅଟୋ ଚାଳକଜଣକ ପୁଲିସ୍‌ ହିପାଜତକୁ ଖସିଯାଇଥିଲେ। ପରେ ସେ ନିଜ ଅଟୋ ଥିବା ସ୍ଥାନରେ ପହଞ୍ଚି ଅଟୋ ନେବା ପାଇଁ ଜିଦ୍ କରିଥିଲେ। ଏହି ଘଟଣାକୁ ନେଇ ଅଟୋ ଡ୍ରାଇଭର ଓ ପୁଲିସ୍‌ କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଗଲା। ଦେଖୁଦେଖୁ ସ୍ଥିତି ଅଣାୟତ୍ତ ହୋଇଗଲା। ଉତ୍ତ୍ୟକ୍ତ ଅଟୋ ଡ୍ରାଇଭର ଓ ତାଙ୍କର ଜଣେ ସାଙ୍ଗ ଟ୍ରାଫିକ ପୁଲିସ୍‌ଙ୍କୁ ପିଟିଥିବା ବେଳେ ଟ୍ରାଫିକ ପୁଲିସ୍‌ ବି ଏହାର ଜବାବରେ ତାଙ୍କୁ ଚାପୁଡ଼ା ମାରିଥିଲେ। ଏହି ହାଇ ଭୋଲଟେଜ ଡ୍ରାମା ରାସ୍ତା ଉପରେ କିଛି ସମୟ ପର୍ଯ୍ୟନ୍ତ ଚାଲିଥିବା ବେଳେ ଏହାକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା। ମାତ୍ର ଅଟୋ ଡ୍ରାଇଭରଙ୍କ ଆକ୍ରମଣରେ ଟ୍ରାଫିକ ପୁଲିସ୍‌ ଆହତ ହୋଇଥିବା ଜଣାଯାଇଛି। ଟ୍ରାଫିକ ପୁଲିସ୍‌ କର୍ମୀ ମୋହଲ ପାଟିଲଙ୍କ ସୂଚନା ଅନୁଯାୟୀ,ମୁଁ ଛତ୍ରପତି ଶିବାଜୀ ଫ୍ଲାଏଓଭର ନିକଟରେ ଡ୍ୟୁଟି କରୁଥିଲି। ସେତେବେଳେ କିଛି ଲୋକ ନିଶାସକ୍ତ ଅବସ୍ଥାରେ ଜଣେ ଯୁବତୀଙ୍କ ସହ ଅସଦାଚରଣ କରୁଥିଲେ। ମୁଁ ସେମାନଙ୍କୁ ବୁଝାଇବାକୁ ଯାଇଥିଲି। ମାତ୍ର ସେମାନେ ମୋ’ ଉପରକୁ ପାଣି ଫୋପାଡ଼ିଲେ, ମାରପିଟ କରି ମୋତେ ଆହତ କଲେ। ଏପରି ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବା ଉଚିତ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking