28.1 C
Bhubaneswar
Sunday, January 18, 2026
Homeଓଡିଶାମଦ୍ୟପର ଉନ୍ମତ୍ତ କାଣ୍ଡ: ୬ ମିନିଟ୍ ଅଟକିଥିଲା ଟ୍ରେନ୍

ମଦ୍ୟପର ଉନ୍ମତ୍ତ କାଣ୍ଡ: ୬ ମିନିଟ୍ ଅଟକିଥିଲା ଟ୍ରେନ୍

ଭୁବନେଶ୍ୱର: ମଦ୍ୟପ ଯୁବକ ଟ୍ରେନ୍ ଅଟକାଇବା ଘଟଣା । ମଦ୍ୟପ ଯୁବକର ଉନ୍ମତ୍ତ କାଣ୍ଡ ଯୋଗୁଁ ୬ ମିନିଟ୍ ଅଟକିଥିଲା ଟ୍ରେନ୍ । ଭୁବନେଶ୍ୱର ଷ୍ଟେସନ ନିକଟରେ ୬ ମିନିଟ୍ ଅଟକିଥିଲା ଅମୃତ ଭାରତ ଏକ୍ସପ୍ରେସ୍ । ଏନେଇ ସ୍ପଷ୍ଟୀକରଣ ରଖିଲା ରେଲୱେ । ରେଲୱେ ବିଭାଗ କହିଛି ଯେ ସକାଳ ୯ଟା ୪୮ ମିନିଟ୍‌ରେ ଘଟିଥିଲା ଅଘଟଣ । ଚଳନ୍ତା ଟ୍ରେନ୍ ଆଗକୁ ଆସି ଜୀବନ ହାରିବାକୁ ଉଦ୍ୟମ କରିଥିଲା ଯୁବକ । ଲୋକୋ ପାଇଲଟ୍ ଏମର୍ଜେନ୍ସୀ ବ୍ରେକ୍ ଲଗାଇ ଟ୍ରେନ୍‌କୁ ଅଟକାଇଥିଲେ । ଆରପିଏଫ ପହଞ୍ଚି ଯୁବକଙ୍କୁ ସେଠାରୁ ଉଠାଇ ନେଇଥିଲା । ଯୁବକ ଜଣଙ୍କ ଲକ୍ଷ୍ମୀସାଗର ଅଞ୍ଚଳର ବସିନ୍ଦା । ଯୁବକ ଜଣକ ମଦ ପିଇଥିବା ଜଣାପଡିଥିଲା । ସସମ୍ପୃକ୍ତ ଯୁବକ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ୬ ମିନିଟ୍ ଅଟକିବା ପରେ ଗନ୍ତବ୍ୟ ସ୍ଥଳକୁ ଗଡିଥିଲା ଅମୃତ ଭାରତ ଏକ୍ସପ୍ରେସ୍ ।

ଟ୍ରେନ୍ ଅଟକାଇ ଦେଲା ମଦୁଆ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking