21.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶଡ୍ରଗ୍ସ ଓ ଅସଦାଚରଣ ମାମଲା; ଗିରଫ ହେଲେ ସାଇନ୍ ଟମ୍ ଚାକୋ

ଡ୍ରଗ୍ସ ଓ ଅସଦାଚରଣ ମାମଲା; ଗିରଫ ହେଲେ ସାଇନ୍ ଟମ୍ ଚାକୋ

ଥିରୁଅନନ୍ତପୁରମ୍‌: କେରଳର ପ୍ରସିଦ୍ଧ ମାଲାୟଲାମ୍ ଅଭିନେତା ସାଇନ୍ ଟମ୍ ଚାକୋଙ୍କୁ ପୋଲିସ ଗିରଫ କରିଛି। ସାଇନ୍‌ଙ୍କ ବିରୋଧରେ ଡ୍ରଗ୍ସ ନେବା ଏବଂ ନିଶାଦ୍ରବ୍ୟ ସେବନ କରିବାର ଅଭିଯୋଗ ଅଛି। କେରଳର ଏର୍ଣ୍ଣାକୁଲମ ସହରର ନର୍ଥ ପୋଲିସ ଷ୍ଟେସନରେ ତାଙ୍କୁ ୪ ଘଣ୍ଟା ଧରି ପଚରାଉଚରା କରିଥିବା ବେଳେ ଆଜି ତାଙ୍କୁ ହେପାଜତକୁ ନେଇଛି। ସାଇନ ଟମ୍ ଚାକୋଙ୍କୁ ୨୦୧୫ ମସିହାରେ ମଧ୍ୟ ଏକ ଡ୍ରଗ୍ସ ମାମଲାରେ ଗିରଫ କରାଯାଇଥିଲା। କିନ୍ତୁ ଚଳିତ ବର୍ଷ ବର୍ଷ ପ୍ରାରମ୍ଭରେ ତାଙ୍କୁ ଏହି ମାମଲାରୁ ମୁକ୍ତ କରାଯାଇଥିଲା। ତେବେ ୧୬

ଏପ୍ରିଲ ବୁଧବାର ବିଳମ୍ବିତ ରାତିରେ, ପୋଲିସ କୋଚିର ଏକ ହୋଟେଲରେ ଚଢାଉ କରିଥିଲା। ଏହି ସମୟରେ, ସାଇନ୍ ଚାକୋ ସେଠାରୁ ଦୌଡ଼ି ପଳାଇଯାଉଥିବାର ଦେଖାଯାଇଥିଲା। ପରେ ପୋଲିସ୍ ଏକ ସମନ ଜାରି କରି ସାଇନ୍‌ଙ୍କୁ ଆଜି ଅର୍ଥାତ୍ ଶନିବାର ସକାଳ ୧୦ଟାରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲା। ଚାକୋ ମଧ୍ୟ ଧାର୍ଯ୍ୟ ସମୟରେ ଉପସ୍ଥିତ ହୋଇଥିଲେ। ପ୍ରାୟ ଚାରି ଘଣ୍ଟା ପଚରାଉଚରା ପରେ, ପୋଲିସ ସାଇନଙ୍କୁ ଗିରଫ କରିଥିଲା। କେରଳ ପୋଲିସ ଏକ ଡ୍ରଗ୍ସ ମାମଲାରେ ସାଇନଙ୍କ ବିରୋଧରେ ଏନଡିପିଏସ ଅଧୀନରେ ମାମଲା ରୁଜୁ କରିଛି। ପ୍ରକାଶ, ମାଲାୟାଲମ ଚଳଚ୍ଚିତ୍ର ଅଭିନେତ୍ରୀ ଭିନ୍ସି ଆଲୋସିୟସ୍ ସାଇନ୍ ଚାକୋଙ୍କ ବିରୁଦ୍ଧରେ ଏକ ଅଭିଯୋଗ ଦାଖଲ କରିଛନ୍ତି। ଅଭିଯୋଗରେ ଚାକୋ ନିଶା ସେବନ କରି ତାଙ୍କୁ ଅସଦାଚରଣ କରିଥିବା ସେ ଅଭିଯୋଗ କରିଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking