28.1 C
Bhubaneswar
Monday, February 9, 2026
Homeଓଡିଶାଶୌଚ ବେଳେ ପାଣିରେ ବୁଡ଼ି ମୃତ୍ୟୁ

ଶୌଚ ବେଳେ ପାଣିରେ ବୁଡ଼ି ମୃତ୍ୟୁ

ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନିପୁର ଗ୍ରାମପଂଚାୟତ ବାହାବଳପୁର(ମହାଜନପୁର)ଗ୍ରାମର ଜଣେ ବ୍ୟକ୍ତି ଶୌଚହେବାକୁ ଯାଇ ପାଣିରେ ବୁଡି ମୃତ୍ୟୁବରଣ କରିଥିବାର ଜଣାଯାଇଛି। ଏହି ଗ୍ରାମର ସେକ ଅରଫାନ(୫୫) ଆଜି ସକାଳେ ତାଙ୍କ ଘର ନିକଟରେ ଥିବା ଏକ ପୋଖରୀକୁ ଶୌଚହେବାକୁ ଯାଇଥିଲେ। ପୋଖରୀରେ ଶୌଚ ହେବା ବେଳେ ତାଙ୍କର ଗୋଡ଼ ଖସିଯାଇଥିଲା। ଫଳରେ ସେଠାରେ ସେ ପାଣିରେ ବୁଡ଼ି ଯାଇଥିଲେ। ବହୁ ସମୟ ପରେ ପରିବାର ଲୋକେ ତାଙ୍କୁ ଖୋଜି ପୋଖରୀରୁ ଉଦ୍ଧାର କରିଥିଲେ। ପରିବାର ଲୋକେ ତାଙ୍କୁ ଚିକିତ୍ସା ନିମନ୍ତେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ଲୋକେ ତାଙ୍କର ଶବକୁ ଇସଲାମ ଧର୍ମାନୁଯାୟୀ ଗ୍ରାମରେ କବର ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking