31.1 C
Bhubaneswar
Wednesday, February 11, 2026
Homeଓଡିଶାଜଙ୍ଗଲରେ ଡ୍ରୋନ ଖୋଜୁଛି ମାଓବାଦୀଙ୍କ ଠିକଣା

ଜଙ୍ଗଲରେ ଡ୍ରୋନ ଖୋଜୁଛି ମାଓବାଦୀଙ୍କ ଠିକଣା

ସମ୍ବଲପୁର: ମାଓବାଦୀଙ୍କୁ ଡ୍ରୋନ୍ ସହାୟତାରେ ଖୋଜୁଛନ୍ତି ସୁରକ୍ଷାକର୍ମୀ। ସମ୍ବଲପୁରର ନାକଟିଦେଉଳ ଜଙ୍ଗଲରେ ଡ୍ରୋନ୍ ଉଡ଼ୁଥିବାର ଦେଖିବାକୁ ମିଳିଛି। ଯଦିଓ ସରକାରୀ ସ୍ତରରେ ଏନେଇ କୌଣସି ସୂଚନା ଦିଆଯାଇନାହିଁ, ତେବେ ଏହାଫଳରେ ଜଙ୍ଗଲରେ ଲୁଚିଥିବା ମାଓବାଦୀମାନଙ୍କ ନିପାତ ସୁନିଶ୍ଚିତ ହୋଇଯାଇଛି। ୭ ବର୍ଷ ପରେ ସମ୍ବଲପୁର ଜିଲ୍ଲାରେ ପୁଣି ମାଓବାଦୀ ଗତିବିଧି ଆରମ୍ଭ ହୋଇଛି। ଛତିଶଗଡ଼ରେ ମାଓବାଦୀଙ୍କ ଉପରେ ପୁଲିସ ଓ କେନ୍ଦ୍ରୀୟ ସୁରକ୍ଷା ବଳର ପ୍ରଚଣ୍ଡ ଆକ୍ରମଣ ପରେ ମାଓବାଦୀମାନେ ପଶ୍ଚିମ ଓଡ଼ିଶା ମୁହାଁ ହୋଇଛନ୍ତି। ପଶ୍ଚିମ ଓଡ଼ିଶାର ସୁବର୍ଣ୍ଣପୁର, ବୌଦ୍ଧ, ସମ୍ବଲପୁର ଆଦି ଜିଲ୍ଲାରେ ପ୍ରବେଶ କରି ପୁରୁଣା ସଂଗଠନକୁ ସକ୍ରିୟ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ଏପଟେ ମାଓବାଦୀଙ୍କ ଗତିବିଧି ସଂପର୍କରେ ସୂଚନା ମିଳିବା ପରେ ପୁଲିସ ଓ ଏସ୍ଓଜିର ମିଳିତ କମ୍ବିଂ ଅପରେସନ ଆରମ୍ଭ ହୋଇଛି। କମ୍ବିଂ ଅପରେସନରେ ୪ ପ୍ଲାଟୁନ ଏସ୍‌ଓଜି ଯବାନ ନିୟୋଜିତ ଥିବା ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking