21.1 C
Bhubaneswar
Tuesday, December 23, 2025
Homeଓଡିଶାପୁଣି ଶ୍ରୀମନ୍ଦିରରେ ଉଡ଼ିଲା ଡ୍ରୋନ୍

ପୁଣି ଶ୍ରୀମନ୍ଦିରରେ ଉଡ଼ିଲା ଡ୍ରୋନ୍

ପୁରୀ: ପୁଣି ଶ୍ରୀମନ୍ଦିର ନିଶିଦ୍ଧାଞ୍ଚଳରେ ଉଡ଼ିଲା ଡ୍ରୋନ୍। ପ୍ରାୟ ୨୫ ମିନିଟ୍ ଧରି ଶ୍ରୀମନ୍ଦିର ନୀଳଚକ୍ର ଉପରିଭାଗ ଓ ପରିକ୍ରମା ମାର୍ଗ ଉପରି ଭାଗରେ ପଇଁତରା ମାରୁଥିଲା ଏହି ଡ୍ରୋନ୍। ତେବେ ଡ୍ରୋନ୍ ଟି କେଉଁଠାରୁ ଅପରେଟ ହେଉଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିପାରିନାହିଁ। ତେବେ ନିକଟରେ ଗତ ୫ ଜାନୁଆରୀରେ ଏକ ଅଜଣା ଡ୍ରୋନ୍ ଉଡ଼ିବା ଘଟଣା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଥିବା ବେଳେ ପୁଣି ଏକ ଡ୍ରୋନ ଉଡ଼ିବା ଘଟଣା ସାମନାକୁ ଆସିଛି। ପୁଣି ଶ୍ରୀମନ୍ଦିର ସୁରକ୍ଷା ନେଇ ଉଠିଲା ପ୍ରଶ୍ନ। ନୋ ଫ୍ଲାଇଂ ଜୋନ୍ ରେ ଉଡିଲା ଡ୍ରୋନ୍। ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ୍। ସୁରକ୍ଷାକର୍ମୀଙ୍କୁ ଚଖମା ଦେଇ ଶ୍ରୀମନ୍ଦିର ଉଡିଲା ଡ୍ରୋନ୍। ତେବେ ପୂର୍ବରୁ ଶ୍ରୀମନ୍ଦିର ଉପରେ ବା ନୋ ଫ୍ଲାଇଂ ଜୋନ୍ ଉପରେ ବାରମ୍ବାର ଉଡିଛି ଡ୍ରୋନ୍। ତେବେ ଏହିଭଳି ଘଟଣା ଅନେକ ଥର ଘଟୁଥିବା ବେଳେ କାହିଁକି ଏନେଇ ଉଚିତ ସୁରକ୍ଷା ବ୍ୟବସ୍ତା ଗ୍ରହଣ କରାଯାଉନି ବୋଲି ସାଧାରଣ ରେ ଚର୍ଚ୍ଚା ର ବିଷୟ ପାଲଟିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking