30.1 C
Bhubaneswar
Monday, March 30, 2026
Homeଦେଶ ବିଦେଶଗୁଗୁଲ ମ୍ୟାପ୍ ଦେଖି ଗାଡ଼ି ଚଳାଉଥିଲେ; ଅଧାଗଢ଼ା ପୋଲରୁ ଖସିଲା କାର୍‌, ୩ ମୃତ

ଗୁଗୁଲ ମ୍ୟାପ୍ ଦେଖି ଗାଡ଼ି ଚଳାଉଥିଲେ; ଅଧାଗଢ଼ା ପୋଲରୁ ଖସିଲା କାର୍‌, ୩ ମୃତ

ଗୁରୁଗ୍ରାମ: ଗୁଗୁଲ୍ ମ୍ୟାପ୍ ଦେଖି ଗାଡ଼ି ଚଳାଇବା ୩ ସାଙ୍ଗଙ୍କ ପାଇଁ ପ୍ରାଣଘାତୀ ସାବ୍ୟସ୍ତ ହୋଇଛି। ଏକ ବିବାହ ଭୋଜରେ ଯୋଗଦେବା ପାଇଁ ୩ ଜଣ ସାଙ୍ଗ ଗୁରୁଗ୍ରାମରୁ ରାଏବରେଲି ଅଭିମୁଖେ କାର ଯୋଗେ ବାହାରିଥିଲେ। ତେବେ ଠିକଣା ସ୍ଥାନରେ ପହଞ୍ଚିବା ପାଇଁ ଏମାନେ ଗୁଗୁଲ ମ୍ୟାପ୍‌ର ସହାୟତା ନେଇଥିଲେ। ଗୁଗୁଲ୍ ମ୍ୟାପ୍ ସେମାନଙ୍କୁ ଯେଉଁ ମାର୍ଗ ଦେଖାଇଥିଲା ସେମାନେ ସେହି ବାଟରେ ହିଁ ଯାଇଥିଲେ। ତେବେ ଏହି ସମୟ ସୁଦ୍ଧା ସେମାନେ ଏକ ଅଧାଗଢ଼ା ପୋଲ ଉପରକୁ ଆସିଯାଇଥିଲେ। ତଥାପି ସେମାନେ ଏସମ୍ପର୍କରେ ଜାଣିନପାରି ଦ୍ରୁତଗତିରେ ଗାଡ଼ି ଚଳାଇବା ଜାରି ରଖିଥିଲେ। ତେବେ ରାତି ସମୟ ଥିବାରୁ ସେମାନେ ଦୂର ରାସ୍ତା ଜାଣିପାରିନଥିଲେ ଏବଂ କାର୍‌ଟି ଅଧାଗଢ଼ା ପୋଲ୍ (ଫରିଦପୁର-ବଦାଉଁର ଦତ୍ତାଗଞ୍ଜକୁ ସଂଯୋଗ କରୁଥିବା ବ୍ରିଜ୍‌) ତଳକୁ (ପ୍ରାୟ ୫୦ ଫୁଟ୍‌) ଶୁଖିଯାଇଥିବା ରାମଗଙ୍ଗା ନଦୀଗର୍ଭକୁ ଖସିପଡ଼ିଥିଲା। ଏଥିରେ ଘଟଣାସ୍ଥଳରେ ହିଁ ୩ ସାଙ୍ଗ ମୃତ୍ୟୁବରଣ କରିଛନ୍ତି। ଏଭଳି ଏକ ଅପ୍ରତ୍ୟାଶିତ ଘଟଣା ଘଟିଛି ଉତ୍ତରପ୍ରଦେଶର ବରେଲି ଫରିଦପୁର ପୁଲିସ୍ ଷ୍ଟେସନ ଅନ୍ତର୍ଗତ ଖାଲପୁର ଅଞ୍ଚଳରେ। ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଜବତ ହୋଇଥିବା କାର୍‌ଟି ଏକ ୱାଗନ୍ ଆର୍ ଥିବା ପୁଲିସ୍ ଦର୍ଶାଇଛି। ସେହିପରି ମୃତ୍ୟୁବରଣ କରିଥିବା ଯୁବକମାନେ ହେଲେ ଫାରୁଖବାଦର ବିବେକ କୁମାର, ଅମିତ ଏବଂ କୌଶଲ। ଅନ୍ୟପକ୍ଷେ ମୃତକଙ୍କ ପରିବାର ଲୋକେ ପ୍ରଶାସନର ଅସାବଧାନତାକୁ ଦାୟୀ କରିଛନ୍ତି। ପୋଲ ଅଧା ତିଆରି ହୋଇରହିଥିଲା। ତଥାପି ଏଠାରେ ପୋଲ ଆରମ୍ଭରୁ କିମ୍ବା ଶେଷରେ କୌଣସି ବ୍ୟାରିକେଡ୍ ବା ସିଗ୍‌ନାଲ ଦିଆଯାଇନଥିଲା। ଏହି ଅସାବଧାନତା ଯୋଗୁ ସେମାନଙ୍କ ପିଲାମାନଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ପୋଲ ତିଆରି କରୁଥିବା କନଷ୍ଟ୍ରକ୍‌ସନ କମ୍ପାନୀ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଥିବା ଜଣାପଡିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking