24.1 C
Bhubaneswar
Sunday, February 15, 2026
Homeଓଡିଶାଚୋରି ହେଉଥିଲା ପିଇବା ପାଣି; ଷ୍ଟିଙ୍ଗ୍ ଅପରେସନ୍ କରି ଧରିଲେ ବିଡିଓ

ଚୋରି ହେଉଥିଲା ପିଇବା ପାଣି; ଷ୍ଟିଙ୍ଗ୍ ଅପରେସନ୍ କରି ଧରିଲେ ବିଡିଓ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ବ୍ଲକ୍ ବିଭିନ୍ନ ପଞ୍ଚାୟତରେ କେତେକ ବ୍ୟକ୍ତି ପିଇବା ପାଣି ଚୋରି କରି ନିଜ ବିଲରେ ମଡାଉଥିବା ଅଭିଯୋଗ ପାଇବା ପରେ ବିଡିଓ ଅଭିଷେକ ସ୍ୱାଇଁ ଘଟଣା ସ୍ଥଳରେ ପହଞ୍ôଚ ୧୦ଟି ମୋଟର ଓ ପାଇପ୍ ଜବତ କରିଛନ୍ତି। ସେହିପରି ଗ୍ରୀଷ୍ଣ ଋତୁରେ ଲୋକଙ୍କୁ ପିଇବା ପାଣି ଯୋଗାଯାଉଥିବା ବେଳେ ତାକୁ ଚୋରି କରି ଚାଷ କାର୍ଯ୍ୟରେ ବ୍ୟବହାର କରୁଥିବା ୧୦ ଜଣ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହେବ ବୋଲି ବିଡିଓ କହିଛନ୍ତି। ପ୍ରକାଶ, ଚନ୍ଦନପୁର ଓ ବାରୁଅ ଗ୍ରାମଦେଇ ପିଇବା ପାଣି ପାଇପ ଯାଇଛି। ଏହି ପିଇବା ପାଣି ପାଇପ୍‌କୁ କାଟି କେତେକ ବ୍ୟକ୍ତି ନିଜ ବିଲରେ ହୋଇଥିବା ପନି ପରିବା ଚାଷ ଓ କୁକୁଡା ଫାର୍ମରେ ପାଣି ମଡାଉଥିଲେ। ଏହାଦ୍ୱାରା ସାଧାରଣ ଲୋକ ପାଣି ପାଇବାରୁ ବଞ୍ଚିତ ହେଉଥିଲେ। ଏନେଇ ଗ୍ରାମବାସୀ ବିଡିଓଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ପାଇବା ପରେ ଏହାର ସତ୍ୟାସତ୍ୟ ଜାଣିବା ପାଇଁ ବିଡିଓ ଷ୍ଟିଙ୍ଗ୍ ଅପରେସନ୍ କରିଥିଲେ। ବିଡିଓ ନିଜ ଗାଡିରେ ନ ଯାଇ ବାଇକ୍‌ରେ ବସି ସାଧାରଣ ଚାଷୀଙ୍କ ବେଶରେ ଏହି ଦୁଇଟି ଗାଁକୁ ଯାଇଥିଲେ।

ଯେଉଁ ସ୍ଥାନରେ ପାଣି ଚୋରି କରାଯାଉଥିଲା ତାହା ଦେଖିବା ସହ ତାଙ୍କ ସହ ଯାଇଥିବା ବ୍ଲକର ଅନ୍ୟ କର୍ମଚାରୀଙ୍କୁ ମୋଟର ଓ ପାଇପ୍ ଜବତ କରିବାକୁ କହିଥିଲେ। ଏହାସହ ବିଡିଓ ସଙ୍ଗେ ସଙ୍ଗେ କେନ୍ଦ୍ରାପଡ଼ା ସଦର ଥାନାକୁ ଜଣାଇଥିଲେ। ଫଳରେ ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ପାଣି ପାଇପ, ପାଣି ମୋଟରକୁ ଜବତ କରାଯିବା ସହ ଏହି ୧୦ଜଣ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଡିଓ ପୁଲିସକୁ କହିଥିଲେ। ଫଳରେ ପୁଲିସ ପାଣି ଚୋରି କରୁଥିବା ୧୦ଜଣ ବ୍ୟକ୍ତିଙ୍କ ନାମ ଠିକଣା ସଂଗ୍ରହ କରିବା ସହ ସେମାନଙ୍କ ନାମରେ ମାମଲା ହେବ ବୋଲି କହିଛି। ଏ ସଂକ୍ରାନ୍ତରେ ବିଡିଓ ଶ୍ରୀ ସ୍ୱାଇଁଙ୍କୁ ପଚାରିବାରୁ ସେ କହିଲେ ପାନୀୟଜଳ ଲୋକଙ୍କୁ ପିଇବା ପାଇଁ ଦିଆଯାଉଛି। ଏହାକୁ ଚୋରି କରିବାର ଅଧିକାର କାହାର ନାହିଁ। ଯିଏ କୁକୁଡା ଫାର୍ମ କରିବ ସେ ନିଜେ ନିଜ ସ୍ଥାନରେ ବୋର୍‌ୱଲ୍ କରିକି ପାଣି ବ୍ୟବହାର କରିପାରିବେ। ସେହିପରି ଯିଏ ପନିପରିବା ଚାଷ କରିବେ ସେ ମଧ୍ୟ ନିଜ ବିଲରେ ବୋରୱଲ୍ କରିକି ପାଣି ବ୍ୟବସ୍ଥା କରିବେ। ହେଲେ ଲୋକଙ୍କ ପିଇବା ପାଇଁ ପାଣିକୁ ଚୋରି କଲେ ଲୋକେ ଦଣ୍ଡିତ ହେବେ ବୋଲି ବିଡିଓ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking