14.1 C
Bhubaneswar
Sunday, December 7, 2025
Homeଓଡିଶା୫୨,୩୬୮ ୱାର୍ଡକୁ ପାନୀୟଜଳ ଯୋଗାଣ ହୋଇଛି

୫୨,୩୬୮ ୱାର୍ଡକୁ ପାନୀୟଜଳ ଯୋଗାଣ ହୋଇଛି

ଭୁବନେଶ୍ୱର : ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୫୨,୩୬୮ଟି ୱାର୍ଡରେ ପାଇପ୍‍ ଯୋଗେ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦିଆଯାଇଛି । ଆଉ ୪୦,୧୯୩ ୱାର୍ଡକୁ ପାଇପ୍‍ ଯୋଗେ ବିଶୁଦ୍ଧ ଜଳ ଯୋଗାଇ ଦେବାପାଇଁ ପ୍ରସ୍ତାବ ରହିଛି । ପାନୀୟଜଳ ଯୋଗାଣ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଳଜ ମନ୍ତ୍ରୀ ରବି ନାରାୟଣ ନାୟକ । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଓଡିଶାରେ ଏବେ ୬୭୯୪ଟି ଗ୍ରାମପଞ୍ଚାୟତ ଓ ଜଳଜୀବନ ମିଶନ ପୋର୍ଟାଲରେ ଉଲ୍ଲେଖ କରାଯାଇଥିବା ତତ୍ୟ ଅନୁସାରେ ୪୬,୫୩୧ଟି ଗାଁ ରହିଛି । ଏହିସବୁ ପଞ୍ଚାୟତରେ ଥିବା ୱାର୍ଡଗୁଡିକ ମଧ୍ୟରୁ ୫୨,୬୩୮ଟି ୱାର୍ଡକୁ ବର୍ତ୍ତମାନ ସୁଦ୍ଧା ବିଶୁଦ୍ଧ ପାନୀୟଜଳ ଯୋଗାଇ ଦିଆଯାଇଛି । ୨୦୨୬ ଜୁନ୍‍ ସୁଦ୍ଧା ପର୍ଯ୍ୟାୟକ୍ରମେ ରାଜ୍ୟର ସମସ୍ତ ଗ୍ରାମକୁ ପାଇପ୍‍ ଯୋଗେ ବିଶୁଦ୍ଧ ଜଳ ଯୋଗାଣ ନିମନ୍ତେ ଲକ୍ଷ୍ୟ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking