26.1 C
Bhubaneswar
Monday, April 13, 2026
Homeଓଡିଶାପାନୀୟ ଜଳ ସଙ୍କଟ: ଜାତୀୟ ରାଜପଥ ଅବରୋଧ କଲେ ମହିଳା

ପାନୀୟ ଜଳ ସଙ୍କଟ: ଜାତୀୟ ରାଜପଥ ଅବରୋଧ କଲେ ମହିଳା

ଯାଜପୁର: ବର୍ଷା ଦିନେ ପାନୀୟ ଜଳ ସଙ୍କଟ ! ଶୁଣିଲେ ଆପଣ ମାନଙ୍କୁ ଅଶାର୍ଯ୍ୟ ଲାଗୁଥିବ ! ପାନୀୟ ଜଳ ଦାବିକରି ରାସ୍ତାକୁ ଓଲ୍ଲାଇଛନ୍ତି ଶିଳ୍ପ ନଗରୀ କଳିଙ୍ଗନଗର ବାସିନ୍ଦା ମାନେ lସମବାୟ ହସ୍ତ ଶିଳ୍ପ ମନ୍ତ୍ରୀଙ୍କ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ରେ ଡବଲ ଇଞ୍ଜିନ ସରକାରଙ୍କ ଵିକାଶର ନମୁନାଏଭଳି ଘଟଣା ଦେଖିବାକୁ ମିଳିଛି l ଯାଜପୁର ଜିଲ୍ଲା କଳିଙ୍ଗନଗର ଷ୍ଟିଲ ଦାନଗଦି ବ୍ଲକ ଅନ୍ତର୍ଗତ ଚାନ୍ଦିଆ ପଞ୍ଚାୟତ ଅଧୀନ ଗୋଲାଗାଁ ଗ୍ରାମରେ ଦୀର୍ଘଦିନ ଧରି ପାନୀୟ ଜଳ ସମସ୍ୟା ଦୂର ନହେବାରୁ ଗ୍ରାମବାସୀ, ବିଶେଷତଃ ମହିଳାମାନେ, ଜାତୀୟ ରାଜପଥ ୫୩ ଅବରୋଧ କରି ଜୋରଦାର ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଛି। ତେବେ ଏହି ଧାରଣା ଦୀର୍ଘ ୩ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା l ଗୋଲାଗାଁର ମହିଳାମାନେ ଗରା, ଡେକଚି ଧରି ରାଜପଥ ଉପରେ ବସିଥିଲେ। ସେମାନଙ୍କର ଅଭିଯୋଗ ଯେ ଆମେ ୪୦ ପରିବାର ରହୁଥିବା ଏହି ଗ୍ରାମରେ କେବଳ ଗୋଟିଏ ନଳକୂପ ରହିଛି, ଯାହାକୁ ୩୦୦ରୁ ଅଧିକ ଗ୍ରାମବାସୀ ପାଇଁ ପର୍ଯ୍ୟାପ୍ତ ନୁହେଁ। ତାହା ସହିତ, ସେହି ଏକମାତ୍ର ନଳକୂପରୁ ଯାଉଥିବା ପାଣି ଗୋଳିଆ ଓ ଲୁହା ଗୁଣ୍ଡ ସହିତ ମିଶିଥିବାରୁ ପିଇବା ଉପଯୁକ୍ତ ନୁହେଁ। ଏହି କାରଣରୁ ଗ୍ରାମବାସୀମାନେ ପ୍ରତିଦିନ ୨ କିଲୋମିଟର ଦୂରରେ ଥିବା ଗାଁକୁ ପାଣି ଆଣିବାକୁ ଯାଇଥାନ୍ତିl ପ୍ରଶାସନ ପକ୍ଷରୁ ଗୋଟିଏ ନୂତନ ନଳକୂପ ବସାଇବା ସହିତ ଆସନ୍ତା ଚାରି ମାସ ମଧ୍ୟରେ ଗ୍ରାମରେ ଟାଙ୍କି ନିର୍ମାଣ କରି ପ୍ରତ୍ୟେକ ଘରକୁ ପାଣି ଯୋଗାଣ ଦେବାର ପ୍ରଶ୍ରୁଶ୍ରୁତି ଦେଇଥିଲେl ପ୍ରଶାସନ ତରଫରୁ ଏହି ପ୍ରତିଶ୍ରୁତି ମିଳିବା ପରେ ମହିଳାମାନେ ଆନ୍ଦୋଳନ ପତ୍ୟାହୁତ କରିଥିଲେ ରାସ୍ତା ରୋକ ଫଳରେ ତେପନ ନମ୍ବର ଜାତୀୟ ଠପ ହୋଇ ଯାଇଥିଲା ପରିବହନ ଯାନ ବାହାନ ରାସ୍ତା ରେ ଅଟକି ରହି ଥିଲା l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking