32.1 C
Bhubaneswar
Monday, June 9, 2025
Homeଓଡିଶାରୋଗରୁ ଦୂରେଇ ରହିବା ପାଇଁ ଏହି ପାଣି ପିଅନ୍ତୁ 

ରୋଗରୁ ଦୂରେଇ ରହିବା ପାଇଁ ଏହି ପାଣି ପିଅନ୍ତୁ 

ଭୁବନେଶ୍ୱର: ଆମର ଦିନଟି କିପରି ବିତିବ ତାହା ମୁଖ୍ୟତଃ ଆମେ ଆମର ସକାଳ କିପରି ଆରମ୍ଭ କରୁ ତାହା ଉପରେ ନିର୍ଭର କରେ । ଏପରି ପରିସ୍ଥିତିରେ, ଆଜି ଆମେ ଆପଣଙ୍କୁ  ଏପରି ଏକ ସ୍ୱାସ୍ଥ୍ୟକର ପାନୀୟ ବି,ୟରେ କହିବାକୁ ଯାଉଛୁ, ଯାହାକୁ ପିଇବା ପରେ ଆପଣ ଦିନସାରା ସତେଜ ଅନୁଭବ କରିବେ । ଏଥିପାଇଁ ଏକ ଗ୍ଲାସ ଆମଲା ପାଣିରେ ଚିମୁଟାଏ ହଳଦୀ ମିଶାଇ ପିଇ ଆଫଣଙ୍କ ଦିନ ଆରମ୍ଭ କରନ୍ତୁ । ଶତାବ୍ଦୀ ଧରି ଭାରତୀୟ ପରମ୍ପରାରେ ଔ,ଧ ଭାବରେ ଆମଳା ଏବଂ ହଳଦୀ ଉଭୟ ବ୍ୟବହୃତ ହୋଇଆସୁଛି । ତେବେ ଆସନ୍ତୁ ଜାଣିବା ପ୍ରତିଦିନ ହଳଦୀ ପାଣି ସହିତ ଆମଳା ମିଶାଇ ପିଇବାର କଣ ସ୍ୱସ୍ଥ୍ୟ ଲାଭ ରହିଛି । ଆମଳାରେ ଭିଟାମିନ ସି ଥାଏ ଏବଂ ହଳଦୀରେ ପ୍ରଦାହ ବିରେଧୀ ଗୁଣ ଥାଏ ।

ଉଭୟକୁ ଏକାଠି ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ ଏବଂ ଶରୀର ରୋଗରୁ ସୁରକ୍ଷିତ ରହିଥାଏ । ସକାଳେ ଖାଲି ପୋଟରେ ଆମଳା ପାଣିରେ ହଳଦୀ ମିଶାଇ ପିଇବା ଦ୍ୱାରା ପାଚନ କ୍ରିୟା ଭଲ ରହିଥାଏ । କୋଷ୍ଠକାଠିନ୍ୟ ଏବଂ ଏସିଡିଟି ସମସ୍ୟା ଦୂର ହୁଏ । ଯେତେବେଳେ ଆମର ପାଚନ ପ୍ରକ୍ରିୟା ଭଲ ଭାବରେ କାମ କରେ, ଏହାର ପ୍ରଭାବ ଆମ ମୁହଁରେ ମଧ୍ୟ ଦେଖାଦିଏ । ଆମଳା ଶରୀରକୁ ବିଷମୁକ୍ତ କରିବାରେ ସାହାଯ୍ୟ କରେ ଯେତେବେଳେ ହଳଦୀ ସୁସ୍ଥ ରକ୍ତ ସଞ୍ଚାଳନକୁ ପ୍ରୋତ୍ସାହିତ କରେ । ଯାହା ଯୋଗୁଁ ମହଁରେ କୌଣସି ଦାଗ ହୁଏ ନାହିଁ ଏବଂ ଚର୍ମ ଚମକଦାର ହୁଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking