29.1 C
Bhubaneswar
Friday, April 3, 2026
Homeଓଡିଶାଘୋଷଯାତ୍ରାରେ ଭକ୍ତଙ୍କ ଭଳିକି ଭଳି ବେଶ

ଘୋଷଯାତ୍ରାରେ ଭକ୍ତଙ୍କ ଭଳିକି ଭଳି ବେଶ

ପୁରୀ: ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ର ଜନସମୁଦ୍ରରେ ପରିପୂର୍ଣ୍ଣ। ପବିତ୍ର ରଥଯାତ୍ରା ଅବସରରେ ଆଜି ପୁରୀ ସହରକୁ ଲକ୍ଷଲକ୍ଷ ଭକ୍ତମାନଙ୍କର ଆଗମନ ହୋଇସାରିଛି। ଶ୍ରୀକ୍ଷେତ୍ରକୁ ବାହାରୁ ୧୦ଲକ୍ଷରୁ ଊର୍ଦ୍ଧ୍ବ ଭକ୍ତ ପହଞ୍ଚିବେ ବୋଲି ଆଶା କରାଯାଉଛି। ରାଜ୍ୟର ଚାରିଆଡୁ ଶ୍ରଦ୍ଧାଳୁ ପୁରୀ ମୁହାଁ ହୋଇଛନ୍ତି। ରଥାରୁଢ଼ କାଳିଆ ସାଆନ୍ତଙ୍କ ଦର୍ଶନ ପାଇଁ ପବିତ୍ର ନଗରୀ ପୁରୀରେ ଦେଶ-ବିଦେଶରୁ ଭକ୍ତ ଆସି ପହଞ୍ଚିଛନ୍ତି।

ଘୋଷଯାତ୍ରା ଦ୍ବାଦଶ ଯାତ୍ରା ମଧ୍ୟରେ ସବୁଠାରୁ ଶ୍ରେଷ୍ଠ ଯାତ୍ରା ଓ ଶ୍ରୀଜିଉମାନଙ୍କର ଅତି ପ୍ରିୟ ଯାତ୍ରା, ଯାହା ବିଷୟରେ ବିଭିନ୍ନ ପୁରାଣରେ ଉଲ୍ଲେଖ ରହିଛି । ଆଷାଢ ଶୁକ୍ଳ ପକ୍ଷ ଦ୍ବିତୀୟା ତିଥିରେ ମହାପ୍ରଭୁଙ୍କର ନବଦିନାତ୍ମକ ଘୋଷଯାତ୍ରା ବିଶ୍ବଶାନ୍ତି, ମୈତ୍ରୀ ଓ ସଦଭାବନା ପ୍ରତିଷ୍ଠା ଦିଗରେ ପ୍ରେରିତ । ଏହା ହିଁ ଏକମାତ୍ର ପର୍ବ ଯେଉଁଠି ଜାତି , ଧର୍ମ, ବର୍ଣ୍ଣ , ସମ୍ପ୍ରଦାୟ, ଲିଙ୍ଗ, ଧନୀ, ନିର୍ଦ୍ଧନ ନିର୍ବିଶେଷରେ ସମସ୍ତେ ସାମିଲ ହୁଅନ୍ତି । ଧର୍ମର, ମନର ସଙ୍କୀର୍ଣ୍ଣତା ସବୁକିଛି ବଡ଼ଦାଣ୍ଡର ଧୂଳିରେ  ମିଶିଯାଏ। ଏହି ପର୍ବରେ କାହାକୁ ବାରଣ ନାହିଁ । 

ଏହି ପର୍ବ ସାରା ବିଶ୍ବର ଲୋକଙ୍କୁ ଗୋଟିଏ ସ୍ଥାନରେ ଏକାଠି ହେବାର ସୁଯୋଗ ଦିଏ। ସମସ୍ତ ଭକ୍ତଙ୍କୁ ଭଗବାନଙ୍କର ନିଆରା ସେବା କରିବାର ସୁଯୋଗ ଦିଏ । ସମାଜ ସୃଷ୍ଟି ବିଭିନ୍ନ ବିଧିବ୍ୟବସ୍ଥା ଏଠି ହାର ମାନେ । ସବୁ ମଣିଷଙ୍କୁ ଏକାଠି ନେଇ ସମସ୍ତଙ୍କ ସହଯୋଗରେ ସେ ଆସନ୍ତି ଗୁଣ୍ଡିଚା ମନ୍ଦିରକୁ । ଭକ୍ତ ଯେପରି ଆଷାଢ଼ ଦ୍ବିତୀୟାକୁ ଅପେକ୍ଷା କରି ରହେ ମହାପ୍ରଭୁ ମଧ୍ୟ ସେହିପରି ଗୁଣ୍ଡିଚା ଯାତ୍ରାକୁ ଅପେକ୍ଷା କରି ରହିଥାନ୍ତି । 

ଜଗା ଯେଉଁଠି, ଜନ ସେଇଠି । କାଳିଆ ଯେଉଁଠି କୋଳାହଳ ସେଇଠି ମହାପ୍ରଭୁଙ୍କ ପାଇଁ ପୁରୀରେ ପ୍ରବଳ ଭିଡ । ଭକ୍ତଙ୍କ ସମାଗମ ଦେଖି ଏମିତି ଲାଗୁଛି ସତେ ଯେମିତି ଜଗା ପାଇଁ ଜନଜୁଆର ବଡଦାଣ୍ଡରେ ଲହଡି ପିଟୁଛି।

ମହାପ୍ରଭୁଙ୍କ ମାୟାରେ ବାୟା ଭକ୍ତ । ଏହି ପବିତ୍ର ଘୋଷଯାତ୍ରାରେ ବିଭିନ୍ନ ବେଶରେ ନଜର ଆସିଛନ୍ତି ଶ୍ରଦ୍ଧାଳୁ । ଭାବବିନୋଦିଆଙ୍କ ପାଇଁ ଭକ୍ତଙ୍କ ଏହି ସମର୍ପଣ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking