34.1 C
Bhubaneswar
Thursday, March 26, 2026
Homeଓଡିଶାଓଡିଶାରୁ ପ୍ରଥମ ଥର ଲାଗି ଡ୍ରାଗନ୍‌ ଫଳର ରପ୍ତାନୀ ପତାକା ଦେଖାଇ ପ୍ରକ୍ରିୟାର ଶୁଭାରମ୍ଭ କଲେ...

ଓଡିଶାରୁ ପ୍ରଥମ ଥର ଲାଗି ଡ୍ରାଗନ୍‌ ଫଳର ରପ୍ତାନୀ ପତାକା ଦେଖାଇ ପ୍ରକ୍ରିୟାର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ

ଭୁବନେଶ୍ୱର : ଆଜି ସକାଳେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର କାର୍ଗୋ ଟର୍ମିନାଲରୁ ପ୍ରଥମ ଥର ଲାଗି ଡ୍ରାଗନ ଫଳର ରପ୍ତାନୀ ହୋଇଛି । ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ରେ ହୋଇଥିବା ଡ୍ରାଗନ ଫଳ ଦୁବାଇ ରପ୍ତାନୀ ହେଇଛି । ପୂର୍ବରୁ ଢେଙ୍କାନାଳର ଆମ୍ବ, ବଲାଙ୍ଗିରର ପୋଟଳ ବିଦେଶକୁ ଯାଇସାରିଛି । ଏବେ ସରକାର ମଧ୍ୟ କୃଷି ଓ କୃଷକଙ୍କୁ ଗୁରୁତ୍ୱ ଦେଇ ଉଦ୍ୟାନ କୃଷିକୁ ଆପଣେଇବାକୁ ପରାମର୍ଶ ଦେଉଛନ୍ତି ।

ଉପମୁଖ୍ୟମନ୍ତ୍ରୀ ନିଜକୁ ଜଣେ ଗର୍ବିତ ଚାଷୀ ଭାବେ ପରିଚୟ ଦେଇ କହିଲେ ଯେ, କୋଭିଡ ସମୟରେ ନେଇଥିବା ନିଷ୍ପତ୍ତି ଆଜି ଫଳପ୍ରସୂ ହୋଇଛି ଏବଂ ଆଜି ଇଣ୍ଡିଗୋ କାର୍ଗୋ ଯୋଗେ ୪ କୁଇଣ୍ଟାଲ ଡ୍ରାଗନ ଫଳ ଦୁବାଇକୁ ରପ୍ତାନୀ କରାଯାଇଛି । ରାଜନୀତି କରିବା ଭିତରେ ବି ସେ ଚାଷ କାର୍ଯ୍ୟ ଜାରି ରଖିଥିଲେ । ଡ୍ରାଗନ ଫଳର ଚାହିଦା ବିଦେଶରେ ବହୁତ ଅଧିକ । ଏହି ଡ୍ରାଗନ ଫଳ ଚାଷ ସମ୍ପୂର୍ଣ୍ଣ ରୂପେ ଜୈବିକ ପ୍ରକ୍ରିୟାରେ ହୋଇଛି । ଯାହାଦ୍ୱାରା ଫଳର ପୌଷ୍ଟିକ ତତ୍ତ୍ୱ ଅକ୍ଷୁଣ୍ଣ ରହିବା ସହ ଅନ୍ୟ ରାସାୟନିକ ସାର ଦେଇ ଉତ୍ପାଦନ ହେଉଥିବା ଫଳ ତୁଳନାରେ ଅଧିକ ଦିନ ସତେଜ ରହିବ । ଡ୍ରାଗନ ଫଳ ସ୍ୱାସ୍ଥ୍ୟ ପକ୍ଷେ ଖୁବ ହିତକାରୀ । ଏହାର ସେବନ ଦ୍ୱାରା ଶରୀରରେ କ୍ୟାନ୍‌ସର୍‌, ଡାଇବେଟିସ, କୋଷ୍ଠକାଠିନ୍ୟ ଭଳି ବେମାରିର ସମସ୍ୟା ରହିବ ନାହିଁ ବୋଲି ଶ୍ରୀ ସିଂହଦେଓ କହିଥିଲେ ।
ରାଜ୍ୟ ସରକାରଙ୍କ ତରଫରୁ ଉଦ୍ୟାନ କୃଷି ନିମନ୍ତେ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି । ସେଥିରେ କ୍ଷେତ ପୋଖରୀ, ସୁଗମ ଜଳସେଚନ ବ୍ୟବସ୍ଥା, ଡିବିଟି ମାଧ୍ୟମରେ ସବସିିଡ଼୍‌ ପ୍ରଦାନ ଇତ୍ୟାଦି ଏହିସବୁ ପ୍ରୋତ୍ସାହନରେ ଅନ୍ତର୍ଭୁକ୍ତ ଅଟେ । ଦିନକୁ ଦିନ ଚାହିଦା ବଢ଼ୁଥିବାରୁ ଆଜିର ଦିନରେ ଉଦ୍ୟାନ କୃଷିକୁ ଅଧିକ ଗୁରୁତ୍ୱ ଦିଆଯାଉଛି ଓ ଚାଷୀମାନେ ଖୁବ୍‌ କମ୍‌ ସମୟ ମଧ୍ୟରେ ଅଳ୍ପ ଖର୍ଚ୍ଚରେ ଲାଭବାନ୍‌ ମଧ୍ୟ ହେଇପାରୁଛନ୍ତି । ତେଣୁ ସରକାର ମଧ୍ୟ ସେହି ଅନୁରୂପ ଯୋଜନା ସବୁ ଖୁବଶୀଘ୍ର ପ୍ରଣୟନ କରିବେ । ଆଗାମୀ ଦିନରେ ଓଡିଶାରୁ ଉନ୍ନତ ମାନର କୃଷି ଉତ୍ପାଦ ବଡ଼ ଆକାରରେ ବିଦେଶକୁ ରପ୍ତାନୀ କରାଯିବା ଲକ୍ଷ୍ୟ ରହିଛି ବୋଲି କୃଷି ଓ କୃଷକ ସଶକ୍ତିକରଣ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କହିଥିଲେ ।
ଏହି ରପ୍ତାନିର ଶୁଭାରମ୍ଭ ପୂର୍ବରୁ ଶ୍ରୀ ସିଂହଦେଓ ନଡ଼ିଆ ଭାଙ୍ଗି, ପତାକା ଦେଖାଇ ରପ୍ତାନୀ ପ୍ରକ୍ରିୟା ଆରମ୍ଭ କରିଥିଲେ । ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ନିଖିଲ ପୱନ କଲ୍ୟାଣଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ବରିଷ୍ଠ ଅଧିକାରୀ ଓ ‘ଆପେଡ଼ା’ ଓ ‘ପାଲାଡିୟମ୍‌’ର ସୀତାକାନ୍ତ ମଣ୍ଡଳ, ବିଶ୍ୱଜିତ ବେହେରା, ଦେବରାତି ଘଟକଳ ସାର୍ଥକ ଦର୍ଶନ, ଶ୍ରୀତମ ପାଣିଗ୍ରାହୀ, ବିଭୂତି, ବିକାଶ ପିଲାଇ ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking