ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଭୋଟର ତାଲିକା ପାଇଁ ଏସଆଇଆର ପ୍ରକ୍ରିୟା ରେ ରାଜ୍ୟର ଡ୍ରାଫ୍ଟ ଭୋଟର ତାଲିକା ଆଜି ପ୍ରକାଶ ପାଇଛି । ରାଜ୍ୟର ମୁଖ୍ୟ ନିର୍ବାଚନ କମିଶନ ଡ୍ରାଫ୍ଟ ତାଲିକା ପ୍ରକାଶ କରିଛନ୍ତି। ଏହି ପ୍ରକ୍ରିୟାରେ ଉତ୍ତରପ୍ରଦେଶର ୨୮.୯ ନିୟୁତ ଭୋଟରଙ୍କ ନାମ ବାଦ ଦିଆଯାଇଛି । ଯାହା ଫଳରେ ତାଲିକାରେ ୧୨୫.୫ ନିୟୁତ ଭୋଟର ରହିଯାଇଛନ୍ତି । ନିର୍ବାଚନ ଅଧିକାରୀଙ୍କ ଅନୁଯାୟୀ, ଯଦି ଡ୍ରାଫ୍ଟ ତାଲିକାରୁ କୌଣସି ଭୋଟରଙ୍କ ନାମ ହଜିଯାଏ ତେବେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ । ଡ୍ରାଫ୍ଟ ତାଲିକାରେ ଆପଣଙ୍କ ନାମ ଯାଞ୍ଚ କରି କମିଶନର ୱେବସାଇଟ ଦେଖି ସର୍ଚ୍ଚ କରନ୍ତୁ । ସେଠାରେ ଆପଣ ଆପଣଙ୍କର ଏପିକ ନମ୍ବର , ନାମ ଏବଂ ବିଧାନସଭା ଏବଂ ଜିଲ୍ଲା ଠିକଣା ପ୍ରବେଶ କରି ଆପଣଙ୍କର ନାମ ଯାଞ୍ଚ କରିପାରିବେ। ଯଦି କୌଣସି ଭୋଟରଙ୍କ ନାମ ଡ୍ରାଫ୍ଟ ତାଲିକାରୁ ବାଦ ପଡିଛି , ତେବେ ସେମାନେ ଫେବୃଆରୀ ୬ ତାରିଖ ଯାଏଁ ସେମାନଙ୍କର ଦାବି କିମ୍ବା ଆପତ୍ତି ଦାଖଲ କରିପାରିବେ। ନୂତନ ଭୋଟର ଏବଂ ଯାହାଙ୍କ ନାମ ବାଦ ଦିଆଯାଇଛି ସେମାନେ ଫର୍ମ ୬ ଏବଂ ଭୁଲ ନାମ ଥିବା ଲୋକଙ୍କ ପାଇଁ ୭ , ସଂଶୋଧନ ପାଇଁ ଫର୍ମ ୮ ପୂରଣ କରିବାକୁ ପଡିବ । ନିଜର ଜନ୍ମ ପ୍ରମାଣ ପତ୍ର, ଠିକଣା , ପରିଚୟ ପ୍ରମାଣ ପତ୍ର ଆବଶ୍ୟକ । ସ୍ଥାନୀୟ ବିଏଲଓଙ୍କ ସହିତ ଯୋଗେଯାଗ କରି ଯାହାର ନାମ ତାଲିକାରୁ ବାଦ ପଡିଛି ସେମାନେ ପେବୃଆରୀ ୬ ତାରିଖ ଯାଏଁ ସେମାନଙ୍କର ଆପତ୍ତି ଦାଖଲ କରିପାରିବେ ।









