ଭୁବନେଶ୍ୱର : ମନ୍ତ୍ରୀଙ୍କ ବୟାନ ପରେ ବିଜେଡି ବିଧାୟକ ଅରୁଣ ସାହୁ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି , ମନ୍ତ୍ରୀମାନେ ଏମିତି ସତ କହିବା ଉଚିତ ।ଚାଷୀଙ୍କୁ ଶୋଷଣ , ମିଲରଙ୍କ ସହ ଡିଲ କରୁଛନ୍ତି । ବିଭାଗରେ କଣ ଚାଲିଛି ମନ୍ତ୍ରୀମାନେ ଜାଣିପାରୁ ନାହାଁନ୍ତି । ଯାହା ପଚାରିଲେ ସଚିବଙ୍କଠୁ ବୁଝି କହୁଛନ୍ତି । ଡବଲ ଇଞ୍ଜିନ ସରକାରରେ ଡବଲ କଟନୀ ଛଟନୀ ହେଉଛି । ତୁରନ୍ତ କଟନୀ ଛଟନୀ ବନ୍ଦ ହେଉ କହିଛନ୍ତି ଅରୁଣ ସାହୁ ।