ଭୁବନେଶ୍ୱର: ରାଜ୍ୟବାସୀ କୋଭିଡକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ । କୋଭିଡ ସ୍ଥିତି ଉପରେ ସରକାର ନଜର ରଖିଛନ୍ତି । ସବୁପ୍ରକାର ପଦକ୍ଷେପ ନିଆଯାଉଛି କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ସୂଚନାଥାଉକି, ଗତକାଲି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ସୂଚନା ଦେଇଥିଲେ ରାଜ୍ୟରେ କୋଭିଡ ସ୍ଥିତି ନିୟନ୍ତ୍ରଣରେ ଅଛି । କୋଭିଡର ଅସ୍ୱାଭାବିକ ବୃଦ୍ଧି ଦେଖିବାକୁ ମିଳିନି । ସ୍ଥିତିକୁ ନେଇ ବ୍ୟସ୍ତ ନହେବାକୁ ପରାମର୍ଶ ଦେଇଛନ୍ତି । କେଉଁଠୁ ରିପୋର୍ଟ ଆସିଲେ ଆରଟିପିସିଆର କରାଯିବ । ଆବଶ୍ୟକ ପଡିଲେ ଜିନମ ସ୍ୱିକ୍ୱେନ୍ସି କରାଯିବ ।