28.1 C
Bhubaneswar
Saturday, October 5, 2024
Homeଓଡିଶାଖାଲି ସମ୍ମାନ ଆଶା କଲେ ହେବନି,ସମ୍ମାନ ଦେବା ଶିଖନ୍ତୁ : ମନ୍ମଥ ରାଉତରାୟ

ଖାଲି ସମ୍ମାନ ଆଶା କଲେ ହେବନି,ସମ୍ମାନ ଦେବା ଶିଖନ୍ତୁ : ମନ୍ମଥ ରାଉତରାୟ

ଭୁବନେଶ୍ୱର : ଦଳରେ ଶୃଙ୍ଖଳା କମିଛି ବୋଲି ବିଜେଡି ନେତା ମନ୍ମଥ ରାଉତରାୟ କହିଛନ୍ତି । ଏହାଛଡ଼ା ସେ କହିଛନ୍ତି ଖାଲି ସମ୍ମାନ ଆଶା କଲେ ହେବନି, ସେମାନେ ବି ସମ୍ମାନ ଦେବା ଶିଖନ୍ତୁ । ଦଳ ଭିତର କଥା ବାହାରକୁ ଆଣି ଠିକ କଲେ ନିଜକୁ ପଚାରନ୍ତୁ । ଆମର ତ୍ରୁଟି ପାଇଁ ଆମେ ହାରିଲୁ ବୋଲି ମନ୍ମଥ ରାଉତରାୟ କହିଛନ୍ତି । ବିଜେଡିରେ ଦିନକୁ ଦିନ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି । ଶଙ୍ଖଭବନରେ ଗତକାଲି ଖୋର୍ଦ୍ଧା ଜିଲ୍ଲା ବିଜେଡିର ସମୀକ୍ଷା ବୈଠକରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି । ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ସମସ୍ତଙ୍କ ସମ୍ମୁଖରେ ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ବେଗୁନିଆ ବିଧାୟକ ପ୍ରଦୀପ ସାହୁ ଦୁର୍ବ୍ୟବହାର କରିଥିବା ଜଣାପଡ଼ିଛି । ପରିସ୍ଥିତି ଏପରି ହୋଇଥିଲା ଯେ, ବରିଷ୍ଠ ନେତାମାନଙ୍କ କଡ଼ା ଆଭିମୁଖ୍ୟ ଓ ଆକଟ ପରେ ମନ୍ମଥ ବୈଠକସ୍ଥଳୀ ଛାଡ଼ି ଯିବାକୁ ବାଧ୍ୟ ହୋଇଥିଲେ । ଆଉ ବରିଷ୍ଠ ନେତାମାନଙ୍କ ହସ୍ତକ୍ଷେପରେ ପ୍ରଦୀପ ଓ ଶ୍ରୀମୟୀଙ୍କ ମଧ୍ୟରେ ଆପୋଷ ସମାଧାନ ହୋଇଥିଲା ତଥା ନିଜର ଶସ୍ତା ଓ ଅରୁଚିକର ଟିପ୍ପଣୀ ପାଇଁ ପ୍ରଦୀପ ଦୁଃଖପ୍ରକାଶ କରିଥିବା ଜଣାପଡ଼ିଛି ।ମିଳିଥିବା ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଖୋର୍ଦ୍ଧା ସାଂଗଠନିକ ଜିଲ୍ଲାର ସମୀକ୍ଷା ବୈଠକ ଶଙ୍ଖଭବନରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଦଳର ସମସ୍ତ ବିଧାୟକ ପ୍ରାର୍ଥୀ ଓ ଲୋକସଭା ପ୍ରାର୍ଥୀଙ୍କ ସମେତ ଆଗଧାଡ଼ିର କର୍ମୀ ଓ ନେତାମାନେ ଯୋଗ ଦେଇଥିଲେ । ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପର୍ୟ୍ୟବେକ୍ଷିକା ଶ୍ରୀମୟୀ ମିଶ୍ର ମଧ୍ୟ ଏହି ବୈଠକରେ ସାମିଲ ହୋଇଥିଲେ । ବୈଠକରେ ଦଳର ସାଂଗଠନିକ ସ୍ଥିତିକୁ ନେଇ ଆଲୋଚନା ଚାଲିଥିବାବେଳେ ନିଜର ସମର୍ଥକମାନଙ୍କ ସହ ଆସିଥିବା ମନ୍ମଥ ସିଧାସଳଖ ଶ୍ରୀମୟୀଙ୍କୁ ଅରୁଚିକର ଭାଷାରେ ଦୁର୍ବ୍ୟବହାର କରିଥିଲେ । ଏପରିକି ତାଙ୍କ ସହ ଥିବା କିଛି ଯୁବକ(ଦଳୀୟ କର୍ମକର୍ତ୍ତା ନୁହଁନ୍ତି) ମଧ୍ୟ ଅଶାଳୀନ ଭାଷାରେ ଗାଳିଗୁଲଜ କରିବାକୁ ପଛାଇ ନଥିଲେ । ଶ୍ରୀମୟୀଙ୍କ ପାଇଁ ଭୁବନେଶ୍ୱରରେ ବିଜେଡି ଲୋକସଭା ସିଟ୍ ହାରିଲା ବୋଲି ସେ ଆକ୍ଷେପ କରିଥିଲେ । ଯାହା ଉପରେ ଶ୍ରୀମୟୀ ଆପତ୍ତି ଉଠାଇବାରୁ ମନ୍ମଥ ତାଙ୍କ ପ୍ରତି ଶସ୍ତା ଟିପ୍ପଣୀ ଦେଇଥିଲେ ବୋଲି ସୂଚନା ମିଳିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking