ଭୁବନେଶ୍ୱର : ମଣ୍ଡିକୁ ଆଣନ୍ତୁନି ଅତି ଖରାପ ଧାନ । ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି ଏଫ ଏ କ୍ୟୁ ମାନର ଧାନ ଦେଲେ କୁଇଣ୍ଟାଲ ପିଛା ମିଳିବ ୩୧୦୦ ଟଙ୍କା । ଯେ କୌଣସି ଧାନ ଆଣିଲେ ୩୧୦୦ ଟଙ୍କା ମିଳିବା ନେଇ ଚାଷୀଙ୍କୁ ବିଭ୍ରାନ୍ତ କରାଯାଉଛି । ବର୍ଷା ପାଇଁ ଧାନର ପରିବର୍ତ୍ତନ ହେଉଥିଲେ ବି ନେବୁ କହିଛନ୍ତି ମନ୍ତ୍ରୀ । କ୍ଷତି ହୋଇଥିବା ଧାନ ପାଇଁ କ୍ଷତିପୂରଣ ଦିଆଯାଉଛି । କିପରି ଖରାପ ଧାନ ନେବୁ କହିଛନ୍ତି ମନ୍ତ୍ରୀ । ଧାନ ବିକ୍ରିର ୧୨ ଘଣ୍ଟା ପରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି । ଏ ଯ୍ଧଶ ୨୩ ଲକ୍ଷ ମେଟ୍ରିକ ଟନ ପାଇଁ ପଇସା ଦିଆଯାଇସାରିଲାଣି ।