ଭୁବନେଶ୍ୱର: ନିଯୁକ୍ତି ମେଳାରେ ମୁଖ୍ୟମନ୍ତ୍ରୀ ଉଠାଇଲେ ଦୁର୍ନୀତି ପ୍ରସଙ୍ଗ । ନୂଆ ନିଯୁକ୍ତି ପତ୍ର ବାଣ୍ଟିଲା ବେଳେ ପରାମର୍ଶ ଦେଲେ । ସବୁଦିନ ଟିଭିରେ ସରକାରୀ କର୍ମଚାରୀ ଟଙ୍କା , ସୁନା ମହଜୁଦ କରିବା ଦେଖୁଛନ୍ତି । ଆଜି ଆମର ଜଣେ କର୍ମଚାରୀଙ୍କ ଘରୁ ୭୫ ଲକ୍ଷ ମିଳିବା ଦେଖୁଛନ୍ତି । ଯେଉଁମାନେ ନୂଆ ଚାକିରୀ ପାଉଛନ୍ତି, ସମ୍ପତି ରଖି ଟିଭିରେ ନ ବାହାରନ୍ତୁ । ସୂଚନାଥାଉ କି ଏହି କିଛି ଦିନ ତଳେ ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ସରକାରୀ ବାବୁ ଭିଜିଲାନ୍ସ ଜାଲରେ ପଡ଼ି ଗିରଫ ହୋଇ ଜେଲ ଯାଉଛନ୍ତି । ଆଜି ମଧ୍ୟ ଦୁଇ ଜଣ ସରକାରୀ ବାବୁ ଭିଜିଲାନ୍ସ ପଞ୍ଝାରେ ପଡିଛନ୍ତି । ଚଢ଼ାଉ ଜାରି ରହିଛି ।










