18.1 C
Bhubaneswar
Saturday, December 20, 2025
Homeଦେଶ ବିଦେଶମଧ୍ୟସ୍ଥତା ପ୍ରସ୍ତାବ ଦେଲେ ଡୋନାଲ୍ଡ ଟ୍ରମ୍ପ

ମଧ୍ୟସ୍ଥତା ପ୍ରସ୍ତାବ ଦେଲେ ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ:ଭାରତ-ପାକିସ୍ତାନ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛି ଆମେରିକା। ପରସ୍ପର ମଧ୍ୟରେ ଆକ୍ରମଣ ବନ୍ଦ କରିବାକୁ କହିଛନ୍ତି ଡୋନାଲ୍ଡ ଟ୍ରମ୍ପ। ସେ କହିଛନ୍ତି ଭାରତ-ପାକିସ୍ତାନ ଯେସାକୁ ତେସା ନୀତି ଆପଣାଇଛନ୍ତି। ଶାନ୍ତି ମଧ୍ୟରେ ବିବାଦର ସମାଧାନ ପାଇଁ ଭାରତ ଏବଂ ପାକିସ୍ତାନକୁ ସେ ଅପିଲ୍‌ କରିଛନ୍ତି। ଆବଶ୍ୟକ ପଡିଲେ ଶାନ୍ତି ପାଇଁ ମଧ୍ୟସ୍ଥତା କରିବେ ବୋଲି କହିଛନ୍ତି ଟ୍ରମ୍ପ। ଆହୁରି ମଧ୍ୟ ସେ କହିଛନ୍ତି ଉଭୟ ଦେଶକୁ ମୁଁ ଭଲ ଭାବରେ ଜାଣିଛି, ଦୁଇ ଦେଶ ମଧ୍ୟରେ ଆମର ଭଲ ସମ୍ପର୍କ ରହିଛି। ସ୍ଥିତି ନିୟନ୍ତ୍ରଣ ପାଇଁ ଯାହା ସହଯୋଗ ଆବଶ୍ୟକ ମୁଁ କରିବି।

ସେପଟେ ଅପରେସନ୍ ସିନ୍ଦୂର ପରେ ପରିସ୍ଥିତି ଉପରେ ନଜର ରଖିବାକୁ କାଶ୍ମୀର ସୀମାକୁ ଲାଗିଥିବା ୧୦ ଜିଲ୍ଲାରେ କଂଟ୍ରୋଲ୍ ରୁମ୍ ଖୋଲିଛି। ଅନ୍ୟପଟେ ଭାରତର ଜଳ, ସ୍ଥଳ ଏବଂ ଆକାଶ ପଥରେ ସତର୍କତା ଜାରି କରାଯାଇଛି। ଯେକୌଣସି ପରିସ୍ଥିତି ମୁକାବିଲା ପାଇଁ ଭାରତ ସମ୍ପୂର୍ଣ୍ଣ ପ୍ରସ୍ତୁତ। ପାକିସ୍ତାନକୁ କଡା ଜବାବ ଦେବାକୁ ଭାରତୀୟ ସେନା ପୁରା ପ୍ରସ୍ତୁତ। ଆରବ ସାଗରରେ ଭାରତର ଯୁଦ୍ଧ ଜାହାଜ ମୁତୟନ ହୋଇଛି। ଅନ୍ୟପଟେ ଭାରତ-ପାକ୍ ସ୍ଥିତିକୁ ଦୃଷ୍ଟିରେ ରଖି ଯୋଧପୁରରେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ଘୋଷଣା କରିଛି ଜିଲ୍ଲା ପ୍ରଶାସନ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking