21.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶଇସ୍ରାଏଲ୍‌କୁ ଉସୁକାଇଲେ ଡୋନାଲ୍ଡ ଟ୍ରମ୍ପ୍‌; ପ୍ରଥମେ ଇରାନ୍‌ର ପରମାଣୁ ଠିକଣାକୁ ଉଡ଼ାଅ

ଇସ୍ରାଏଲ୍‌କୁ ଉସୁକାଇଲେ ଡୋନାଲ୍ଡ ଟ୍ରମ୍ପ୍‌; ପ୍ରଥମେ ଇରାନ୍‌ର ପରମାଣୁ ଠିକଣାକୁ ଉଡ଼ାଅ

ୱାଶିଂଟନ : ଇସ୍ରାଏଲ-ଇରାନ୍ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ଯୁଦ୍ଧ ପରିସ୍ଥିତି ରହିଛି। ଇରାନ୍ ପକ୍ଷରୁ ହୋଇଥିବା ଆକ୍ରମଣର ଏକ ଦୃଢ଼ ତଥା ଶକ୍ତିଶାଳୀ ଜବାବ ଦେବା ପାଇଁ ଇସ୍ରାଏଲ୍ ସେନା ଏବେ ପ୍ରସ୍ତୁତି ଚଳାଇଛି। ଏପରି ଏକ ସମ୍ବେଦନଶୀଳ ସମୟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ଚଳିତ ବର୍ଷ ହେବାକୁ ଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ୍ ପାର୍ଟି ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ସାଜିଥିବା ଡୋନାଲ୍ଡ ଟ୍ରମ୍ପ୍ ଇସ୍ରାଏଲ୍‌କୁ ଭଡକାଇବା ଭଳି ଏକ ବିବାଦୀୟ ଟିପ୍ପଣୀ କରିଛନ୍ତି। ଯୁଦ୍ଧ ପରିପ୍ରେକ୍ଷୀରେ ଇସ୍ରାଏଲ୍‌କୁ ସମର୍ଥନ କରିବା ପୂର୍ବକ ଟ୍ରମ୍ପ୍ କହିଛନ୍ତି ଇସ୍ରାଏଲ୍ ସର୍ବପ୍ରଥମେ ଇରାନ୍‌ର ପରମାଣୁ ଠିକଣାକୁ ଉଡ଼ାଇବା ଉଚିତ୍‌।
ଇରାନ୍‌-ଇସ୍ରାଏଲ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ମଧ୍ୟରେ ଟ୍ରମ୍ପ୍ କହିଛନ୍ତି, ଇସ୍ରାଏଲ୍‌, ଇରାନ୍ ଉପରେ ପ୍ରତିଶୋଧ ନେବା ଉଚିତ୍‌। ଇସ୍ରାଏଲ୍ ସେନା ଜବାବୀ ଆକ୍ରମଣ କରି ପ୍ରଥମେ ଇରାନ୍‌ର ପରମାଣୁ ଠିକଣା ଗୁଡିକୁ ଉଡାଇବା ପରେ ଯାଇ ଇସ୍ରାଏଲ୍ ଅନ୍ୟ ଯାହାକିଛି ଚିନ୍ତା କରିବା କଥା କରୁ। ଉତ୍ତର କ୍ୟାରୋଲିନାରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସମୟରେ ଟ୍ରମ୍ପ୍‌୍ ଏପରି କହିଛନ୍ତି। କାର୍ଯ୍ୟକ୍ରମରେ ଯେତେବେଳେ ଡୋନାଲ୍ଡ ଟ୍ରମ୍ପଙ୍କୁ ପଚରାଯାଇଥିଲା ଯେ ସେ ଇରାନ ବିଷୟରେ ସେ କ’ଣ ଭାବୁଛନ୍ତି, ସେ ଇରାନ ଉପରେ ଆକ୍ରମଣ କରିଥାନ୍ତେ କି? ଏହା ଉପରେ ସେ କହିଥିଲେ, ଯେପର୍ଯ୍ୟନ୍ତ ସେମାନେ ପରମାଣୁ ସାମଗ୍ରୀ ଉପରେ ଆକ୍ରମଣ କରିନଥାନ୍ତେ, ସେପର୍ଯ୍ୟନ୍ତ ସେ ଚୁପ୍ ବସିଥାନ୍ତେ। ଏହାପରେ ସେ ମୁହଁତୋଡ଼ ଜବାବ ଦେଇଥାନ୍ତେ।
ପ୍ରକାଶ, ଏହାପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଇରାନ୍‌ର ଆଣବିକ ସ୍ଥାନ ଉପରେ ଆକ୍ରମଣକୁ ସମର୍ଥନ କରିବେ ନାହିଁ ବୋଲି କହିଥିଲେ। ଏନେଇ ବାଇଡେନ୍‌, ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ଇରାନ୍‌ର ମିସାଇଲ ଆକ୍ରମଣ ପରେ ପାଶ୍ଚାତ୍ୟ ଦେଶର ନେତାମାନେ ଇସ୍ରାଏଲକୁ ଧୈର୍ଯ୍ୟ ଧରି ରହିବାକୁ ନିବେଦନ କରିଛନ୍ତି। ସେପଟେ ଇରାନ ଆକ୍ରମଣର ନିଶ୍ଚିତ ଭାବେ ପ୍ରତିଶୋଧ ନେବ ବୋଲି ଇସ୍ରାଏଲ କହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking