30.1 C
Bhubaneswar
Wednesday, January 21, 2026
Homeଓଡିଶାଜିଲ୍ଲାପାଳ କ'ଣ ଫୌଜଦାରୀ ମାମଲାର ତଦନ୍ତ କରନ୍ତି? : ପ୍ରମିଳା ମଲିକ

ଜିଲ୍ଲାପାଳ କ’ଣ ଫୌଜଦାରୀ ମାମଲାର ତଦନ୍ତ କରନ୍ତି? : ପ୍ରମିଳା ମଲିକ

ଭୁବନେଶ୍ୱର :  ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାର ଦ୍ୱାରା ଏଏସଓଙ୍କୁ ମାଡ ମରା ଯିବା ଘଟଣାରେ ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲିକ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ, ଗତ ଜୁଲାଇ ୭ ତାରିଖରେ ରାଜ୍ୟପାଳଙ୍କ ପୁଅ ଏଏସଓଙ୍କୁ ମାଡ଼ ମାରିଲେ କିନ୍ତୁ ତଦନ୍ତ ହେଲାନାହିଁ। ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଏଏସଓଙ୍କ ସହ କଣ ଆଲୋଚନା କଲେ, ତାହା ମଧ୍ୟ ଜଣାପଡ଼ିଲା ନାହିଁ। ଓଲଟି ଏଏସଓଙ୍କ ବଦଳି ହେଲା। ଆଇନ ମନ୍ତ୍ରୀ କହୁଛନ୍ତି, ଜିଲ୍ଲାପାଳ ତଦନ୍ତ କରୁଛନ୍ତି। ତେବେ ଜିଲ୍ଲାପାଳ କିଭଳି ଫୋୖଜଦାରୀ ମାମଲାର ତଦନ୍ତ କରନ୍ତି ବୋଲି ଶ୍ରୀମତୀ ମଲ୍ଲିକ ପ୍ରଶ୍ନ କରିଛନ୍ତି। ଓଡ଼ିଆ ଅସ୍ମିତା କହି କ୍ଷମତାକୁ ଆସିଥିବା ସରକାର ଜଣେ କର୍ତ୍ତବ୍ୟରତ ସରକାରୀ ଅଧିକାରୀଙ୍କୁ ମାଡ ମାରିଥିବା ରାଜ୍ୟପାଳଙ୍କ ପୁଅକୁ ସୁରକ୍ଷା ଦେବାକୁ ଯାଇ ଘଟଣାକୁ ରଫାଦଫା କରିବା ପଛରେ କେଉଁ ଶ୍ଵରଃ ଅଛି ବୋଲି ସେ ପଚାରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking