ନୂଆଦିଲ୍ଲୀ : ସିଗାରେଟ୍ ଟାଣିବାର ସୌକିନ ରଖିଥିବା ଲୋକ ଅଧିକ ଷ୍ଟ୍ରେସରେ ଥିଲେ ଅଧିକ ଧ୍ରୁମପାନ କରିଥାନ୍ତି । ସେମାନେ ବିଶ୍ୱାସ କରନ୍ତି କି, ସିଗାରେଟ୍ ଏକ ଷ୍ଟ୍ରେସ୍ ରିଲିଭର ଅଟେ । ପ୍ରାୟତଃ ଅଫିସରେ ଲୋକେ ଲଞ୍ଚବ୍ରେକ୍ରେ କିମ୍ବା ମିଟିଂ ପରେ କିମ୍ବା ମାଲିକଙ୍କ ଠାରୁ ଅଧିକ ଗାଳି ଶୁଣିବା ପରେ ସୁଟା ବ୍ରେକ୍ ନେଇଥାନ୍ତି । ତେବେ କ’ଣ ସିଗାରେଟ୍ ପିଇବା ଦ୍ୱାରା କ’ଣ ସତରେ ଷ୍ଟ୍ରେସ୍ କମ୍ ହୋଇଥାଏ । ନା ଏହା ସିଗାରେଟ୍ ଟାଣୁଥିବା ଲୋକଙ୍କର ଏକ ଧାରଣା । ନ୍ୟାଶନାଲ ହେଲଥ୍ ସର୍ଭିସ ଅନୁଯାୟୀ, ଯେଉଁମାନେ ଧ୍ରୁମପାନ କରନ୍ତିନି ସେମାନଙ୍କ ତୁଳନାରେ ଧ୍ରୁମପାନ କରୁତିବା ଲୋକଙ୍କ ଚାପ ବା ଷ୍ଟ୍ରେସ ଲେବୁଲ କମ୍ ରହିଥାଏ ।
ଲୋକଙ୍କ କହିବାନୁସାରେ, ସିଗାରେଟ୍ ଟାଣିବା ପରେ ସେମାନଙ୍କୁ ଆରାମ୍ ମିଳିଥାଏ । କାରଣ ସିଗାରେଟ୍ ପିଇବା ପରେ ଶରୀରରେ ନସିକୋଟିନ୍ ଲେବୁଲ୍ ଅଧିକ ବଢି ଯାଇଥାଏ । ଯାହାପରେ ଆପଣଙ୍କର ଶରୀର ଅଭ୍ୟାସରେ ପଡିଯାଏ । ଯେତେବେଳେ ଆପଣ ଧ୍ରୁମପାନ କରନ୍ତି ସେତେବେଳେ ଆପଣଙ୍କୁ ଲାଗିଥା, କି, ଆପଣଙ୍କ ଡିପୋମାଇନ ସ୍ତର ନିୟନ୍ତ୍ରଣ କରିବା ପାଇଁ ସିଗାରେଟ୍ର ଆବଶ୍ୟକତା ପଡିଥାଏ । ଏଥିପାଇଁ ଆପଣଙ୍କୁ ଲାଗିଥାଏ । କି, ଏହା ଆପଣଙ୍କ ଶରୀରକୁ ଆରାମ ଦେବାରେ କାମ କରିଥାଏ । କିନ୍ତୁ ବାସ୍ତବରେ ଏହା ଆପଣଙ୍କ ଶରୀରରେ ଷ୍ଟ୍ରେସ ଅଧିକ ବଢାଇଥାଏ ।










