28.1 C
Bhubaneswar
Wednesday, April 1, 2026
Homeଖେଳକେନିଆ ମୁଖ୍ୟ କୋଚ୍ ପଦରୁ ଡୋଡା ଗଣେଶଙ୍କ ଛୁଟି

କେନିଆ ମୁଖ୍ୟ କୋଚ୍ ପଦରୁ ଡୋଡା ଗଣେଶଙ୍କ ଛୁଟି

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଫାଷ୍ଟ ବୋଲର୍ ଡୋଡା ଗଣେଶଙ୍କୁ କେନିଆ ପୁରୁଷ ଟିମ୍‌ର ମୁଖ୍ୟ କୋଚ୍ ନିଯୁକ୍ତ କରାଯିବାର ଗୋଟିଏ ମାସ ପରେ ପଦରୁ ହଟାଇ ଦିଆଯାଇଛି। ଭାରତ ପକ୍ଷରୁ ଚାରି ଟେଷ୍ଟ୍ ଏବଂ ଗୋଟିଏ ଦିନିକିଆ ମ୍ୟାଚ୍ ଖେଳିଥିବା ଗଣେଶଙ୍କୁ ଗତ ମାସରେ କେନିଆ ପୁରୁଷ ଟିମ୍ ସହ ଏକ ବର୍ଷ ପାଇଁ ଚୁକ୍ତିରେ ରଖାଯାଇଥିଲା। ତେବେ ତାଙ୍କ ନିଯୁକ୍ତିରେ ଅନିୟମିତତା ଥିବା ତାଙ୍କୁ ପଦରୁ ହଟାଯାଇଥିବା ନେଶନ୍ ଆଫ୍ରିକା ରିପୋର୍ଟରେ ପ୍ରକାଶ ପାଇଛି।

ଗଣେଶଙ୍କୁ ପଠାଯାଇଥିବା ପତ୍ରରେ କୁହାଯାଇଛି, ‘୨୦୨୪ ଅଗଷ୍ଟ ୭ରେ ମନୋଜ ପଟେଲ୍ ଏବଂ ଆପଣଙ୍କ ମଧ୍ୟରେ ହୋଇଥିବା କଣ୍ଟ୍ରାକ୍ଟକୁ ରଦ୍ଦ କରିବା ନିଷ୍ପତ୍ତି ହୋଇଛି। କ୍ରିକେଟ୍ କେନିଆ କଥିତ କଣ୍ଟ୍ରାକ୍ଟ ମାନିବାକୁ ବାଧ୍ୟ ନୁହେଁ କି ହେବନାହିଁ। ଆପଣଙ୍କୁ ତତ୍କାଳ ପ୍ରଭାବରେ ପୁରୁଷ ଟିମ୍‌ରୁ ଅଲଗା ହେବାକୁ ନିର୍ଦ୍ଦେଶ ଦିଆଯାଉଛି।’ ଡୋଡା ଗଣେଶଙ୍କ କଣ୍ଟ୍ରାକ୍ଟ ରଦ୍ଦ କରାଯିବା ପରେ ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ଲେମେକ ଓନୟାଙ୍ଗୋ ଏବଂ ଜୋସେଫ୍ ଅଙ୍ଗାରାଙ୍କୁ କେନିଆ ଟିମ୍‌ର ମୁଖ୍ୟ କୋଚ୍ ଓ ସହାୟକ କୋଚ୍ ନିଯୁକ୍ତ କରାଯାଇଛି। ଏହି ଦୁହେଁ ଏବେ କେନିଆକୁ ଆଇସିସି ଡିଭିଜନ ୨ ଚ୍ୟାଲେଞ୍ଜ୍ ଲିଗ୍ ପାଇଁ ପ୍ରସ୍ତୁତ କରିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking