17.1 C
Bhubaneswar
Wednesday, December 31, 2025
Homeଓଡିଶାନଥିପତ୍ରରେ ଚାଲିଛି ମିଳିତ ଜନଶୁଣାଣି; ହତାଶରେ ଫେରୁଛନ୍ତି ଅଭିଯୋଗକାରୀ

ନଥିପତ୍ରରେ ଚାଲିଛି ମିଳିତ ଜନଶୁଣାଣି; ହତାଶରେ ଫେରୁଛନ୍ତି ଅଭିଯୋଗକାରୀ

ରାଜନଗର: ସାଧାରଣ ଲୋକଙ୍କୁ ଉଚିତ ନ୍ୟାୟ ପ୍ରଦାନ ସହିତ ଗ୍ରାମାଞ୍ଚଳର କ୍ରମ ବିକାଶକୁ କ୍ରିୟାଶୀଳ କରିବା ପାଇଁ ରାଜ୍ୟ ସରକାର ବ୍ଲକ୍‌ସ୍ତରୀୟ ଜନଶୁଣାଣି ଶିବିର ଆୟୋଜନ କରୁଛନ୍ତି। ପ୍ରଥମେ ଏହି ଜନଶୁଣାଣି ଶିବିର କାର୍ଯ୍ୟଧାରାକୁ ଜନସାଧାରଣ ପସନ୍ଦ କରୁଥିଲେ। ସେମାନଙ୍କର ମୌଳିକ ସମସ୍ୟାକୁ ଉପସ୍ଥାପନ କରିବା ପାଇଁ ସୁଯୋଗ ପାଉଥିଲେ। ଜିଲ୍ଲାର ମୁଖିଆମାନେ ଗୋଟିଏ ଜାଗାରେ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ଶୁଣୁଥିଲେ। ଗୋଟିଏ ଜନଶୁଣାଣି ଶିବିର ନୁହେଁ, କ୍ରମାଗତ ଭାବରେ ଏହି ଶିବିରକୁ ଆସି ସେମାନଙ୍କର ଦାବିକୁ ରଖୁଥିଲେ। ସ୍ଥାଣୁ ଜିଲ୍ଲା ପ୍ରଶାସନିକ ଅଧିକାରୀମାନେ ନାମକୁ ମାତ୍ର ଶିବିରରେ ଯୋଗଦେବା ଓ ଅଭିଯୋଗପତ୍ରକୁ ସରକାରୀ ଦସ୍ତାବିଜର ନାଲିଫିତା ଭିତରେ ଚାପି ରଖିବା ଘଟଣା ବର୍ଷର ଶେଷ ଜନଶୁଣାଣି ଶିବିରରେ ଯୋଗଦେଇଥିବା ଅଭିଯୋଗକାରୀଙ୍କ ଉଦ୍‌ବେଗ ଜନଶୁଣାଣି ଶିବିରର ବ୍ୟର୍ଥତାକୁ ପଦାରେ ପକାଇଛି। ଚଳିତବର୍ଷ ଜିଲ୍ଲାର ଶେଷ ଜନଶୁଣାଣି ଶିବିର ରାଜନଗର ବ୍ଲକ୍ ପରିସରରେ ଅନୁଷ୍ଠିତ ହୋଇଥିଲା।

ଏହି ବ୍ଲକ କେରଡାଗଡ ଗ୍ରାମର ସମାଜସେବୀ ଅରୁଣକୁମାର ସାହୁ ଅଭିଯୋଗ କରିଥିଲେ ଯେ, ନବଗଠିତ କେରଡାଗଡ ଗ୍ରାମପଞ୍ଚାୟତର ନୂତନ ଘର ନିର୍ମାଣ କରିବା ପାଇଁ ତତ୍କାଳୀନ ବିଡିଓ ଓ ସହକାରୀ ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟ ନିର୍ବାହ କରିବା ପାଇଁ ମୌଖିକ ଆଦେଶ ଦେଇଥିଲେ। ଉକ୍ତ କାର୍ଯ୍ୟକୁ କନିଷ୍ଠ ଯନ୍ତ୍ରୀ ଅର୍ପଣ କୁମାର ମଲିକଙ୍କ ତତ୍ୱାବଧାନରେ ସୂଚାରୁ ରୂପେ ପୂର୍ଣ୍ଣାଙ୍ଗ କରିଥିଲୁ। ସେହି ଗୃହର ପୋଟିକୋ ପୂର୍ବ ଏଷ୍ଟିମେଟରେ ନଥିବାରୁ ପଞ୍ଚାୟତ ସମିତିକୁ ପ୍ରୋଜେକ୍ଟ ଦେଇ ଫାଇଲ ଖୋଲାଯାଇ ୱାର୍କଅର୍ଡର ଇସ୍ୟୁ ହେବା ପରେ ବର୍ତ୍ତମାନର କନିଷ୍ଠ ଯନ୍ତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶନୀ ସେଠୀଙ୍କୁ ପୋଟିକୋ ବିଲ ନିମନ୍ତେ କହିବାରୁ ସେ ବିଲ ପୂର୍ବରୁ ପେମେଣ୍ଟ ଦିଆଯାଇଛି ବୋଲି କହିଥିଲେ। ମୁଁ କରିଥିବା କାର୍ଯ୍ୟର ବିଲକୁ ଚଞ୍ଚକତା କରି ଅର୍ପଣ ମଲିକ ନେଇଯାଇଥିବା ଜାଣିବାକୁ ପାଇଲି । ଏସମ୍ପର୍କରେ ବିଭିନ୍ନ ସମୟରେ ଅଭିଯୋଗ କଲେ ମଧ୍ୟ ବିଲ ମିଳୁନଥିବା ନେଇ ଜିଲ୍ଲାପାଳ ରଘୁରାମ ଆର ଆୟାରଙ୍କୁ ଅଭିଯୋଗ କରିଥିଲେ। ସେହିପରି ବେଲପାଳ ଗ୍ରାମର ସନ୍ତୋଷ କୁମାର ମହାନ୍ତି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ଯେ, ଗତ ୨୦୨୨-୨୩ ଆର୍ଥିକ ବର୍ଷରେ ରାଜନଗର ବ୍ଲକ ଡାଙ୍ଗମାଳଠାରେ ବାମ୍ବୋ କାଫେ ନିର୍ମାଣ କରିବା ପାଇଁ ତତ୍କାଳୀନ ବିଡିଓ ଓ ସହକାରୀ ଯନ୍ତ୍ରୀଙ୍କ ସହ କନିଷ୍ଠ ଯନ୍ତ୍ରୀ ମୌଖିକ ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁଯାୟୀ ଏହି କାର୍ଯ୍ୟକୁ ଶ୍ରୀ ମହାନ୍ତି ସୂଚାରୁ ରୂପେ ସମ୍ପନ୍ନ କରିଥିଲେ।

ସରକାରଙ୍କ ନିର୍ଦ୍ଦେଶାନୁଯାୟୀ, ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଅନିରୁଦ୍ଧ ନାୟକଙ୍କ ନାମରେ କାର୍ଯ୍ୟାଦେଶ ଦିଆଯାଇ ବିଲ କରାଯିବାର ବ୍ୟବସ୍ଥା ଥିଲା । ବର୍ଷାଧିକ କାଳ ଦୌଡି ଦୌଡି ନିରାଶ ହୋଇଥିଲେ।୨୦୨୪ ମସିହାରେ ଉକ୍ତ କାର୍ଯ୍ୟର ବିଲକୁ କନିଷ୍ଠ ଯନ୍ତ୍ରୀ ଶ୍ରୀ ନାୟକ ଉଠାଇ ନେଇଯାଇଛନ୍ତି। ଦୁଇଲକ୍ଷ ଟଙ୍କା ପିସି ନଦେଲେ ବିଲ ଦେବି ନାହିଁ ବୋଲି କନିଷ୍ଠ ଯନ୍ତ୍ରୀ କହିଛନ୍ତି । ଏସମ୍ପର୍କରେ ବିଭିନ୍ନ ମିଳିତ ଜନଶୁଣାଣୀ ଯଥା-୨୦୨୪ ମସିହା ଡିସେମ୍ବର ମାସ ୩୦ତାରିଖ, ୨୦୨୫ ମସିହା ମେ ମାସ ୧୩ତାରିଖ, ସେହି ବର୍ଷ ଜୁଲାଇ ୨୮ତାରିଖରେ ଅଭିଯୋଗ କରିଥିଲେ ମଧ୍ୟ ଏଯାବତ୍ କାମ୍ବୋକାଫେ ନିର୍ମାଣ ଅର୍ଥ ମିଳିନଥିବାରୁ ପୁନର୍ବାର ଅଭିଯୋଗ କରିଛନ୍ତି । କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର ପରେ ଶିବିର ଅନୁଷ୍ଠିତ ହେଉଛି । କିନ୍ତୁ ଲୋକମାନଙ୍କ ସମସ୍ୟା ସମାଧାନର ନାଁ ଗନ୍ଧ ନାହିଁ। ଜନଶୁଣାଣି ଶିବିରରେ ଅଭିଯୋଗର ସମାଧାନ ହେନଥିବାରୁ ନଥିପତ୍ରରେ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହେଉଥିବା ସାଧାରଣରେ ଅଭିଯୋଗ ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking