ଭୁବନେଶ୍ୱର: ଜିଦରେ ଅଟଳ ଡାକ୍ତର । ଆଜି ବି ରାଜ୍ୟବ୍ୟାପୀ ଡକ୍ତରଙ୍କର ଦୁଇ ଘଣ୍ଟିଆ ଓପିଡି ବନ୍ଦ ଆନ୍ଦୋଳନ । ସକାଳ ୯ଟାରୁ ୧୧ଟା ଯାଏଁ ସରକାରୀ ଡାକ୍ତରଖାନାରେ ଓପିଡି ସେବା ବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡାକ୍ତରମାନେ । ଏହି ଦୁଇ ଘଣ୍ଟା ଓପିଡିରେ ଡାକ୍ତର ରୋଗୀ ଦେଖୁ ନାହାନ୍ତି । ଫଳରେ ଘଣ୍ଟା ଘଣ୍ଟା ଧରି ସରକାରୀ ମେଡିକାଲରେ ଅପେକ୍ଷା କରି ରହୁଛନ୍ତି ରୋଗୀ । ଏବଂ ସେମାନଙ୍କ ସଂପର୍କୀୟମାନେ । ୧୦ ଦଫା ଦାବି ନେଇ ଓମସା ପକ୍ଷରୁ ଗତ ଡିସେମ୍ବର ୨୬ ତାରିଖରୁ ଆନ୍ଦୋଳନ ଚାଲିଛି । ସେମାନଙ୍କ ମୁଖ୍ୟ ଦାବିରେ ରହିଛି କେନ୍ଦ୍ରୀୟ ହାରରେ ପିଏସିପି ପ୍ରଦାନ ଏବଂ ଦନ୍ତ ଚିକିତ୍ସକଙ୍କ କ୍ୟାଡର ପୁନର୍ବ୍ୟାସ , ପୋଷ୍ଟମର୍ଟମ ଭତ୍ତା ସେପଟେ ଡାକ୍ତରଙ୍କ ଦାବି ପୂରଣ ପାଇଁ ସରକାର କମିଟି ଗଠନ କରିଛନ୍ତି । ଆଲୋଚନା ମାଧ୍ୟମରେ ଦାବି ପୂରଣ ହୋଇପାରିବ । ତେଣୁ ଡାକ୍ତରମାନେ ଆନ୍ଦୋଳନ ନକରି କାର୍ଯ୍ୟରେ ଯୋଗ ଦେବାକୁ ନିବେଦନ କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ।









