24.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶଚେନ୍ନାଇ ହସ୍ପିଟାଲରେ ଡାକ୍ତରଙ୍କୁ ଛୁରାମାଡ

ଚେନ୍ନାଇ ହସ୍ପିଟାଲରେ ଡାକ୍ତରଙ୍କୁ ଛୁରାମାଡ

ନୂଆଦିଲ୍ଲୀ : ବୁଧବାର ଦିନ ଚେନ୍ନାଇର ଏକ ସରକାରୀ ଡାକ୍ତରଖାନାରେ  ଜଣେ ରୋଗୀଙ୍କ ପୁଅ  ଡାକ୍ତରଙ୍କୁ  ଛୁରାମାଡ  କରିଥିବା ପୁଲିସ କହିଛି । ଡାକ୍ତର ବାଲାଜୀ ୭ ଥର ଛୁରାମାଡ ଖାଇ ଏବେ ଗୁରୁତର  ଅବସ୍ଥାରେ ଚିକିସ୍‌ôିତ ହେଉଛନ୍ତି । ଡାକ୍ତରଙ୍କୁ ଛୁରୀରେ ଆଘାତ କରିଥିବା ଚେନ୍ନାଇର ବାସିନ୍ଦା ବିଘ୍ନେଶଙ୍କୁ ଏବେ ଗିରଫ କରାଯାଇଛି ବୋଲି ଅଧିକାରୀମାନେ କହିଛନ୍ତି। ବିଘ୍ନେଶଙ୍କ ମାଆଙ୍କୁ ଯେଉଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ସେ ସେଇଠାରେ ହିଁ ଏପରି କାଣ୍ଡ ଘଟାଇଥିବା ଜାଣିବାକୁ ମିଳିଛି।
ଏହି ଘଟଣା କାଲାଇଗନର ଶତାବ୍ଦୀ ହସ୍ପିଟାଲର କର୍କଟ ୱାର୍ଡରେ ଘଟିଥିଲା। ଆକ୍ରମଣ ପରେ ଭିଘ୍ନେଶ ପଳାଇବାକୁ ଚେଷ୍ଟା କରିଥିଲେ। ​​କିନ୍ତୁ ତାଙ୍କୁ ଧରାଯାଇ ପୁଲିସକୁ ହସ୍ତାନ୍ତର କରାଯାଇଥିଲା। ଏହି ଘଟଣାକୁ ନେଇ ଆଶ୍ଚର‌୍ୟ୍ୟ ପ୍ରକଟ କରି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ କହିଛନ୍ତି ଯେ ଆହତ ଡାକ୍ତରଙ୍କୁ ଆବଶ୍ୟକ ଚିକିତ୍ସା ଯୋଗାଇ ଦିଆଯାଉ। ଏହାସହିତ ସେ ଘଟଣାର ବିସ୍ତୃତ ତଦନ୍ତ କରାଯିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking