26.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶମହିଳାଙ୍କ ଅଶ୍ଳୀଳ ଭିଡିଓ ରେକର୍ଡ କରୁଥିଲେ ଡାକ୍ତର; ଶେଷରେ କ’ଣ ହେଲା ଜାଣନ୍ତୁ..

ମହିଳାଙ୍କ ଅଶ୍ଳୀଳ ଭିଡିଓ ରେକର୍ଡ କରୁଥିଲେ ଡାକ୍ତର; ଶେଷରେ କ’ଣ ହେଲା ଜାଣନ୍ତୁ..

ନୂଆଦିଲ୍ଲୀ: ରାଜସ୍ଥାନର ସିକର ଲକ୍ଷ୍ମଣଗଡରେ ଥିବା ଏକ ଫିଜିଓଥେରାପି କେନ୍ଦ୍ରର ଶୌଚାଳୟରେ ଲୁକ୍କାୟିତ କ୍ୟାମେରା ଲଗାଇ ମହିଳାଙ୍କ ଅଶ୍ଳୀଳ ଭିଡିଓ ରେକର୍ଡ କରାଯାଉଥିବାର ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳାଙ୍କ ଅଭିଯୋଗକୁ କେନ୍ଦ୍ର କରି ପୁଲିସ ଛାନଭିନ ଆରମ୍ଭ କରିଥିଲା । ରାଜସ୍ଥାନର ସିକର ଲକ୍ଷ୍ମଣଗଡରେ ଥିବା ଏକ ଫିଜିଓଥେରାପି କେନ୍ଦ୍ରରେ କାମ କରୁଥିବା ଜଣେ ମହିଳା ଡାକ୍ତରଙ୍କ ଉପରେ ସନ୍ଦେହ କରିଥିଲେ । ଏହି ସନ୍ଦେହ କାରଣରୁ ଦିନେ ମହିଳା କର୍ମଚାରୀ ଚତୁରତା ସହ ଡାକ୍ତରଙ୍କ ବ୍ୟାଗରୁ ଏକ ପେନ୍ ଡ୍ରାଇଭ୍ ଘରକୁ ଆଣିଥିଲେ । ଏହାକୁ ଲଗାଇ ଦେଖିବା ପରେ ସେଥିରେ ଫିଜିଓଥେରାପି କେନ୍ଦ୍ରରେ କାମ କରୁଥିବା ଅନେକ ମହିଳାଙ୍କ ଅଶ୍ଳୀଳ ଭିଡିଓ ରହିଥିଲା । ଏହାପରେ ମହିଳା ଜଣକ ପୁଲିସରେ ଅଭିଯୋଗ କରିଥିଲେ ।

ପୁଲିସ ମହିଳାଙ୍କ ଅଭିଯୋଗକୁ କେନ୍ଦ୍ର କରି ଯାଞ୍ଚ ଆରମ୍ଭ କରି ଏହି ଘଟଣାରେ ସମ୍ପୃକ୍ତ ଥିବା ଡାକ୍ତର ସୁରେଶ ଜାଙ୍ଗିଡ଼ଙ୍କୁ ହେପାଜତକୁ ନେଇ ପଚରାଉଚରା କରୁଛି । ଡିଏସପି ଦିଲୀପ ମୀଣାଙ୍କ ସୂଚନା ଅନୁଯାୟୀ ଫିଜିଓଥେରାପି କେନ୍ଦ୍ରରେ ସ୍ଥାପିତ ଲୁକ୍କାୟିତ କ୍ୟାମେରା ସମ୍ପର୍କରେ ଅଭିଯୋଗ ଆସିଥିଲା । ଅଭିଯୋଗକୁ ଗମ୍ଭୀରତାର ସହ ନେଇ ପୁଲିସ ତଦନ୍ତ ଆରମ୍ଭ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଯାଞ୍ଚ ସମୟରେ ଫିଜିଓଥେରାପି ସେଣ୍ଟରର ଶୌଚାଳୟରେ ପୁଲିସ ଏକ ଲୁକ୍କାୟିତ କ୍ୟାମେରା ଜବତ କରିଥିଲା । ଏହାପରେ ଡାକ୍ତରଙ୍କ କ୍ୟାବିନକୁ ଖୋଜାଖୋଜି କରାଯାଇଥିଲା । ସେଠାରେ ଏକ ବ୍ୟାଗ ମିଳିଥିଲା, ଯେଉଁଥିରେ ଏକ ଲୁକ୍କାୟିତ କ୍ୟାମେରା ସହିତ ୪ଟି ପେନ୍ ଡ୍ରାଇଭ୍ ପୁଲିସ ଜବତ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking