20.1 C
Bhubaneswar
Monday, February 9, 2026
Homeଓଡିଶାରାତିରେ ଆପଣ କେଶ ମୁକୁଳା ଛାଡ଼ି ଶୋଉଛନ୍ତି କି? ହୋଇପାରେ ଏହି ସବୁ ସମସ୍ୟା...

ରାତିରେ ଆପଣ କେଶ ମୁକୁଳା ଛାଡ଼ି ଶୋଉଛନ୍ତି କି? ହୋଇପାରେ ଏହି ସବୁ ସମସ୍ୟା…

ଭୁବନେଶ୍ୱର : ପ୍ରାୟ ସମୟରେ ଘରର ଗୁରୁଜନମାନେ ଝିଅମାନଙ୍କୁ ଏହା କହୁଥିବାର ଶୁଣିଥିବେ କି, ସୂର୍ଯ୍ୟ ନଇଁବା ପରେ ଅର୍ଥାତ ସନ୍ଧ୍ୟା ପରେ ଆଉ କେଶ ନ କୁଣ୍ଡାଇବା ପାଇଁ। କିନ୍ତୁ ଆପଣ ଜାଣିଛନ୍ତି କି, ସେମାନେ ଏପରି କହିବା ପଛରେ କ’ଣ ରହିପାରେ କାରଣ? ଯଦି ଆପଣ ବି ଏମିତି କିଛି କରୁଥାନ୍ତି, ତା’ହେଲେ ଆଜି ହିଁ ଏହି ଅଭ୍ୟାସକୁ ବଦଳାଇ ଦିଅନ୍ତୁ। ଆଜି ଆମେ ଆପଣଙ୍କୁ ଏହାର କାରଣ ବିଷୟରେ କହିବୁ।

– ରାତିରେ ସବୁବେଳେ ନିଜ କେଶକୁ ବାନ୍ଧି କି ରଖିବା ଉଚିତ। ନଚେତ ଏହାକୁ ଖୋସା କରିଦେବା ଉଚିତ। କେବେ ବି ଏହାକୁ ଖୋଲା ବା ମୁକୁଳା ଛାଡ଼ିବା ନାହିଁ। କୁହାଯାଏ, ଖୋଲା କେଶ ପରିବାର ଲୋକଙ୍କ ପାଇଁ ଭଲ ହୋଇ ନ ଥାଏ।
– ମୁଣ୍ଡ କୁଣ୍ଡାଇବା ବେଳେ ଯଦି ଆପଣଙ୍କ ହାତରୁ ପାନିଆ ଖସି ତଳେ ପଡ଼ିଯାଏ, ତ ବିଶ୍ୱାସ କରାଯାଏ କି, ଖୁବଶୀଘ୍ର ଆପଣଙ୍କୁ କିଛି ଖରାପ ଖବର ମିଳିବାକୁ ଅଛି।
-କେଶ କୁଣ୍ଡାଇବା ବେଳେ ଝଡିଥିବା କେଶକୁ ଘରର ଏଠି ସେଠି ଫିଙ୍ଗିବା ଉଚିତ ନୁହେଁ। ଏମିତି କଲେ ପରିବାର ଲୋକଙ୍କ ମଧ୍ୟରେ ଝଗଡ଼ା ବଢ଼ିଥାଏ।
– ସନ୍ଧ୍ୟା ପରେ କେଶ ମୁକୁଳା ରଖିବା ଉଚିତ ନୁହେଁ। କୁହାଯାଏ, ସୂର୍ଯ୍ୟାସ୍ତ ପରେ ଦୁଷ୍ଟ ଆତ୍ମାମାନେ ବାହାରକୁ ବାହାରନ୍ତି। ଏହି ସମୟରେ ଯେଉଁ ଝିଅମାନେ ନିଜ କେଶ ମୁକୁଳା ରଖିଥାନ୍ତି, ଆତ୍ମାମାନେ ସେମାନଙ୍କୁ ଶିକାର ବନାଇ ନିଅନ୍ତି।
– ପୂର୍ଣ୍ଣିମା ଦିନ ମଧ୍ୟ କେଶ କୁଣ୍ଡାଇବାକୁ ମନା କରାଯାଇଥାଏ। ଯଦି କୌଣସି ଝିଅ ପୂର୍ଣ୍ଣିମା ରାତିରେ ଝରକା କିମ୍ବା କବାଟ ପାଖରେ ଛିଡ଼ା ହୋଇ କେଶ କୁଣ୍ଡାଏ, ତ ସେ ନିଜେ ହିଁ ଦୁଷ୍ଟ ଆତ୍ମାଙ୍କୁ ଡାକିଥାଏ।
– ସବୁବେଳେ ନିଜ ଝଡ଼ୁଥିବା କେଶକୁ ଧ୍ୟାନର ସହ ଫିଙ୍ଗିବା ଉଚିତ। କାରଣ, ଯଦି ଏହା କୌଣସି ଖରାପ ଲୋକ ହାତରେ ପଡ଼ିଯାଏ, ତ ସେ ଏହାର କୁବିନିଯୋଗ କରିପାରେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking