ଭୁବନେଶ୍ୱର: ମୁହଁରେ ଚମକ ଆଣିବା ପାଇଁ ଅନେକ ଲୋକ କିଛି ଘରୋଇ ଉପଚାର ଅନୁସରଣ କରନ୍ତି । ଲେମ୍ବୁ ସ୍କିନ ବହୁତ ଲାଭ ଦାୟକ । ଏଥିରେ ପ୍ରଚୁର ପରିମାଣରେ ଭିଟାମିନ ସି ଥାଏ । ଲେମ୍ବୁକୁ ମୁହଁ ପାଇଁ କ୍ଲିଞ୍ଜର ଭାବେ ବ୍ୟବହାର କରାଯାଏ । ଏଥିରେ ପ୍ରଚୁର ପରିମାଣରେ ଭିଟାମିନ ସି ଏବଂ ସାଇଟ୍ରିକ ଏସିଡ ରହିଛି । ଲେମ୍ବୁ ତ୍ୱଚାରେ ଥିବା କଳା ଦାଗ ଏବଂ ଚମକ ଦେବାରେ ସାହାଯ୍ୟ କରେ । ଲେମ୍ବୁରେ ଥିବା ।ଣ୍ଟି ଅକ୍ସିଡାଣ୍ଟ ତ୍ୱଚାକୁ ମୁକ୍ତ ମୁକ୍ତ ରାଡିକାଲ୍ସରୁ ରକ୍ଷା କରେ । ଏହାକୁ ମରାମତି କରିବାରେ ସାହାଯ୍ୟ କରେ । କେବେବି ଲେମ୍ବୁକୁ ସିଧାସଳଖ ଚର୍ମରେ ଲଗାନ୍ତୁ ନାହିଁ । ଏହା କରିବା ଦ୍ୱାରା ମୁହଁ ଜଳିବା , କୁଣ୍ଡେଇ ହେବା ଭଳି ଲକ୍ଷଣ ଦେଖାଦିଏ । ଲାଲପଣ ଆଲର୍ଜି ସୃଷ୍ଟି ହୋଇଥାଏ । ଲେମ୍ବୁରେ ପିଏଚ ସ୍ତର ବହୁତ କମ ଥାଏ । ଏବା ବ୍ୟତୀତ ଲେମ୍ବୁ ମୁହଁରେ ଲଗାଇ ଖରାକୁ ଗଲେ ଚର୍ମକୁ କ୍ଷତି ପହଞ୍ଚାଇଥାଏ । ଲେମ୍ବୁକୁ ସିଧାସଳଖ ନଲଗାଇ ଏଥିରେ ମହୁ , ଦହି କିମ୍ବା ଫେଓ ମାସ୍କରେ ସାମିଲ କରନ୍ତୁ । ମୁହଁରେ ଲେମ୍ବୁ କରିବା ପୂର୍ୱରୁ ଆପଣଙ୍କ ବେକରେ ଏକ ସାମ୍ପଲ ନିଅନ୍ତୁ ତାପରେ ମୁହଁରେ ଲଗାନ୍ତୁ । ଲେମ୍ବୁ ଲଗାଇବା ପରେ ସର୍ୱଦା ମଇଶ୍ଚରାଇଜର ବ୍ୟବହାର କରନ୍ତୁ । ଯେକୌଣସି ଚର୍ମ ସମସ୍ୟାରେ ପୀଡିତ ବ୍ୟକ୍ତି ଲେମ୍ବୁ ବ୍ୟବହାର କରିବା ଉଛିତ ନୁହେଁ ।