22.1 C
Bhubaneswar
Sunday, December 14, 2025
Homeଦେଶ ବିଦେଶଡିଜେ ନେଇଗଲା ୧୫ ବର୍ଷୀୟା ଝିଅର ଜୀବନ

ଡିଜେ ନେଇଗଲା ୧୫ ବର୍ଷୀୟା ଝିଅର ଜୀବନ

ନୂଆଦିଲ୍ଲୀ: ଡିଜେ ର ଅଧିକ ଶବ୍ଦ ଯୋଗୁଁ  ୧୫ ବର୍ଷୀୟା ଝିଅର ଜୀବନ ଚାଲିଗଲା । ପରିବାର ଲୋକେ ସଙ୍ଗେ ସଙ୍ଗେ ମେଡିକାଲ   ନେଇଥିଲେ । ସେଠାରେ ଡାକ୍ତର  ତାଙ୍କୁ ମୃତ ଘୋଷଣା କରିଥିଲେ । ବୁଧବାର ରାତି ପ୍ରାୟ ୧୧ଟାରେ  ପଡୋଶୀ ସୋନଫି  ସାହଙ୍କ  ନାତିର ବିବାହ  କାଯ୍ୟକ୍ରମ ଥିଲା ।  ଝିଅଟି ତାଙ୍କ ପରିବାର ସହିତ ଶୋଭାଯାତ୍ରା ଦେଖିବା  ପାଇଁ ବାହାରକୁ ଆସିଥିଲେ । ହଠାତ ଡିଜେର ଶବ୍ଦ ଜୋର ହେବାରୁ ସେ ଚେତାଶୂନ୍ୟ ହୋଇପଡିଥିଲେ । ତାପରେ ତାଙ୍କୁ ପରିବାର ଲୋକେ ବାଇକ ଯୋଗେ ମେଡିକାଲ ନେଇଥିଲେ । ସେଠାରେ ଡାକ୍ତରଙ୍କ ଚିକିତ୍ସା ଅବହେଳା ଯୋଗୁଁ ଝିଅଟିର ମୃତ୍ୟୁ ହୋଇଛି ବୋଲି ପରିବାର ଲୋକେ ଦାବି କରିଛନ୍ତି ।  ପରିବାର ଲୋକେ ହସ୍ପିଟାଲ ଆଗରେ ପ୍ରତିବାଦ ମଧ୍ୟ କରିଥିଲେ ।  ପରେ ସ୍ଥାନୀୟ ଲୋକ ମଧ୍ୟ ଏହା ଶୁଣି ପ୍ରତିବାଦରେ ସାମିଲ ହୋଇଥିଲେ ।  ଅଭିଯୁକ୍ତ  ଡାକ୍ତରଙ୍କ ବିରୋଧରେ କାଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ । ସ୍ଥାନୀୟ ଲୋକ ।  ପ୍ରତିବାଦ ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରି ଆନ୍ଦୋଳନକୁ ନିୟନ୍ତ୍ରଣ କରିଥିଲା । ଅନ୍ୟପଟେ ମୃତ  ଝିଅର ଦାଦା ପୋଲିସକୁ  କହିଛନ୍ତି, ମେଡିକାଲରେ ପହଞ୍ଚିବାର    ଗୋଟିଏ ଘଣ୍ଟା ପରେ ଝିଅର ଚିକିତ୍ସା କରିଛନ୍ତି ।  ଡାକ୍ତରଙ୍କ ଅବହେଳା ଯୋଗୁଁ ଆଜି ଝିଅଟିର ଜୀବନ ଯାଇଛି । ସେ ଆଗରୁ ହୃଦରୋଗରେ ପୀଡିତ ଥିଲେ ।  ଦିଲ୍ଲୀରେ ତାଙ୍କ ଚିକିତ୍ସା ଚାଲିଥିଲା । କିନ୍ତୁ ଭଲ ହୋଇଯାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking