27.1 C
Bhubaneswar
Friday, December 5, 2025
Homeଦେଶ ବିଦେଶମଧ୍ୟାହ୍ନରେ ଲାଣ୍ଡଫଲ୍ କରିବ ‘ଡିଟୱା’

ମଧ୍ୟାହ୍ନରେ ଲାଣ୍ଡଫଲ୍ କରିବ ‘ଡିଟୱା’

ନୂଆଦିଲ୍ଲୀ: ଆଜି ମଧ୍ୟାହ୍ନରୁ ସନ୍ଧ୍ୟା ସୁଦ୍ଧା ଲାଣ୍ଡଫଲ୍ କରିବ ବାତ୍ୟା ‘ଡିଟୱା’ । ତାମିଲନାଡୁ – ପୁଡୁଚେରୀ ଉପକୂଳ ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ତାମିଲନାଡୁରୁ ୭୦ କି.ମି ଓ ପୁଡୁଚେରୀରୁ ୩୦ କି.ମି ଦୂରରେ କେନ୍ଦ୍ରୀଭୂତ ହେବ । ଦକ୍ଷିଣ – ପଶ୍ଚିମ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହେବ । ଏହାର ପ୍ରଭାବରେ ତାମିଲନାଡ଼ୁ, ପୁଡ଼ୁଚେରୀ, କର୍ଣ୍ଣାଟକ ଓ ଆନ୍ଧ୍ର ପ୍ରଦେଶରେ ପ୍ରବଳ ବର୍ଷା ଲାଗି ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଶ୍ରୀଲଙ୍କାରେ ପ୍ରଳୟଙ୍କରୀ କ୍ଷୟକ୍ଷତି ଘଟାଇଥିବା ବାତ୍ୟା ‘ଡିଟୱା’ କ୍ରମାଗତ ଭାବରେ ଉତ୍ତର ତାମିଲନାଡୁ ଓ ପୁଡୁଚେରୀ ଉପକୂଳ ଆଡକୁ ଗତି କରୁଥିବାରୁ କର୍ତ୍ତୃପକ୍ଷ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି । ସ୍କୁଲ-କଲେଜ ବନ୍ଦ ଘୋଷଣା କରାଯିବା ସହ ରିଲିଫ୍ କାର୍ଯ୍ୟ ପାଇଁ ସରକାର ପ୍ରସ୍ତୁତ ହୋଇ ରହିଛନ୍ତି। ସୁରକ୍ଷା ପଦକ୍ଷେପ ସ୍ବରୂପ ୫୪ଟି ବିମାନକୁ ବାତିଲ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking