29.1 C
Bhubaneswar
Monday, February 9, 2026
Homeଓଡିଶାଜରାଜୀର୍ଣ୍ଣ ଅବସ୍ଥାରେ ଜିଲ୍ଲା କାର୍ଯ୍ୟାଳୟ

ଜରାଜୀର୍ଣ୍ଣ ଅବସ୍ଥାରେ ଜିଲ୍ଲା କାର୍ଯ୍ୟାଳୟ

ଯାଜପୁର: ଯାଜପୁର ଜିଲ୍ଲା ରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ବା ଦପ୍ତର ଗୁଡ଼ିକ ର ନୂତନ ଗୃହ ନବୀକରଣ କରା ଯାଉଚି ଓ ରଙ୍ଗ ବଦଲା ଯାଉଚି କିନ୍ତୁ ସରକାର ଙ୍କ ତହ ବିଲ କ କୋଟି କୋଟି ଟଙ୍କାର ଟିକସ ଯାଉ ଥିବା ଯୁଗ୍ମ କମିଶନ୍ ର କର୍ଯ୍ୟlଳୟ ଟି ଜରା ଜିନ୍ନ ଅବସ୍ଥା ରେ ପଡ଼ି ରହିଛି l ଏଥି ପ୍ରତି ଅର୍ଥ ବିଭାଗ ର ନଜର ନାହିଁ ବିଭିନ୍ନ ବିଭାଗ କୁ କାର୍ଯ୍ୟାଳୟ ଗୁଡିକ ନବି କରଣ ପାଇଁ ଅର୍ଥ୍ ବରାଦ କରାଯାଇଛି କିନ୍ତୁ ନିଜ ବିଭାଗ ପ୍ରତି ଦରଦ ନାହିଁ ଏହାର ଦୃଷ୍ଟାନ୍ତ ଯାଜପୁର ରୋଡ ଥିବା ସେବା କର କମିଶନ୍ ଙ୍କ କାର୍ଯ୍ୟlଳୟ ଏହି କାର୍ଯ୍ୟାଳୟ ବାର୍ଷିକ ହଜାର କୋଟି ରୁ ଅଧିକା ଆଦାୟ କରୁଥିଲେ ହେଁ କାର୍ଯ୍ୟାଳୟ ଜରାଜୀର୍ଣ୍ଣ ଓ ଅସୁରକ୍ଷିତ ବ୍ୟାସନଗର  ସରକାର ରାଜ୍ୟରେ କାର୍ଯ୍ୟାଳୟ ମାନଙ୍କର ଭିତ୍ତିଭୂମି ସୁଦୁଢ଼ କରିବା ସଦା ସର୍ବଦା ତତ୍ପର ଏବଂ ପ୍ରାଥମିକତା ଦେଇ ଆସୁଛନ୍ତି। କିନ୍ତୁ ବ୍ୟାସନଗର ଧବଲଗିରିସ୍ଥ ଯାଜପୁର ଜିଲ୍ଲା ର ଦ୍ରବ୍ୟ ଓ ସେବା କର ସର୍କଲ କାର୍ଯ୍ୟାଳୟ ଠିକ୍ ବିପରୀତ। କାର୍ଯ୍ୟାଳୟ ଘର ର କାନ୍ଥ ଭଙ୍ଗାରୁଜା ତ ଛାତ ଅତ୍ୟନ୍ତ ଦୁର୍ବଳ। କେତେବେଳେ ଛାତ ରୁ ତ କେତେବେଳେ କାନ୍ଥ ରୁ ଫଡା ଫଡା ପଲସ୍ଥରା ଖସୁଛି ତ କେତେବେଳେ ଛାତ ରୁ ପାଣି ବୋହୁଛି। ଟିକସ ଆଦାୟ କରିବା ନିମନ୍ତେ ପ୍ରତିଷ୍ଠିତ କାର୍ଯ୍ୟାଳୟ ଟି ସମ୍ପୁର୍ଣ୍ଣ ଅସୁରକ୍ଷିତ ଓ ବିପଦ ସଙ୍କୁଳ। ନିଜେ ଅଧିକାରୀ ଓ କର୍ମଚାରୀ ମାନେ ଆତଙ୍କିତ ଭାବେ ରହିଥିବା ବେଳେ ଦୈନଦିନ ଆସୁଥିବା ତିକସଦତା ଏବଂ ଟିକସ ପରାମର୍ଶ ଦାତା ମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ବେପାର ବଣିଜ ର ଖର୍ଦି ବିକ୍ରି ଉପରେ ଟିକସ ଆଦାୟ କରିବା ନିମନ୍ତେ ୧୯୪୭ମସିହାରେ ଓଡ଼ିଶା ବିକ୍ରିକର ଆଇନି ପ୍ରଚଳିତ ହେଲା। ୧୯୫୦ ମସିହା ବେଳକୁ ଧବଳଗିରି ରେ ଏହି ଘରଟି ନିର୍ମାଣ ହେଲା। ସେତେବେଳେ ଯାଜପୁର ଜିଲ୍ଲା ସହିତ କେନ୍ଦୁଝର ଜିଲ୍ଲା ମଧ୍ୟ ଏହି ଯାଜପୁର ସର୍କଲ ଅଫିସ୍ ଅଧୀନରେ ଥିଲା।

ପରେ କେନ୍ଦୁଝର ଏଵଂ ବଡବିଲ ରେ ନୂଆ ସର୍କଲ କାର୍ଯ୍ୟାଳୟ ସ୍ଥାପନ ହେଲା। ବର୍ତ୍ତମାନ ସମ୍ପୂର୍ଣ୍ଣ ଯାଜପୁର ଜିଲ୍ଲା ଏହି କାର୍ଯ୍ୟାଳୟ ଅଧୀନରେ ଆସୁଥିଲେ ହେଁ ଧବଳଗିରୀ ରେ ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ଘଡେ଼ଇ ଙ୍କ ପ୍ରଚେଷ୍ଟାରେ ଏକ ନୂତନ ରେଞ୍ଜ ଅଫିସ ୨୦୦୭ ରେ ସ୍ଥାପିତ ହେଲା ଯାହା ଅଧିନରେ କେନ୍ଦୁଝର ଓ ବଡ଼ବିଲ ସର୍କଲ କାମ କରୁଛି। ଟିକସ ଆଦାୟ କ୍ଷେତ୍ରରେ ଖାଲି ଯାଜପୁର ସର୍କଲ ରୁ ବାର୍ଷିକ ହଜାର କୋଟି ରୁ ଉର୍ଦ୍ଧ ଆଦାୟ ହୋଇଥିଲା ବେଳେ ଯାଜପୁର ରେଞ୍ଜ ର ବାର୍ଷିକ ଆଦାୟ ତିନି ହଜାର କୋଟି ରୁ ଉର୍ଦ୍ଧ। ହେଲେ ୭୫ବର୍ଷ ପୂର୍ବେ ନିର୍ମାଣ ହୋଇଥିବା ଘରର ଅବସ୍ଥା ଅତ୍ୟନ୍ତ ଶୋଚନୀୟ । ପାଞ୍ଚ ବର୍ଷ ପୂର୍ବରୁ ନିରାପତ୍ତା ଦୃଷ୍ଟି କି ଅନୁଭଵ କରି ଏକ ନୂତନ ଅଫିସ୍ କରିବା ନିମନ୍ତେ ପ୍ରସ୍ତୁତି ହେଇ ଏହାର ରୂପ ରେଖ ଦିଆହେଲା। ଟେଣ୍ଡର ପର୍ୟ୍ୟନ୍ତ କଥା ହୋଇ ଦୁଇ ବର୍ଷ ରେ ସମ୍ପୂର୍ଣ୍ଣ ହବ ବୋଲି ଆକଳନ ହେଲା। ଏହାକୁ ଦୃଷ୍ଟିରେ ରଖି ସର୍କଲ କାର୍ଯ୍ୟାଳୟ ଟି ରେଞ୍ଜ ଅଫିସ କୁ ସ୍ଥାନାନ୍ତରିତ ହେଲା।

ହେଲେ ବିଭାଗୀୟ ଅଧିକାରୀଙ୍କ ନିଷ୍କ୍ରିୟତା ଓ ଅପାର ପଣିଆ ରୁ ନା ହେଲା ସଠିକ୍ ଏଷ୍ଟିମେଟ ନା ହେଲା ଟେଣ୍ଡର ନା ହେଇ ପାରିଲା ନୂତନ ଗୃହ। ଭୁଆଁ ବୁଲେଇଲା ଭଳିଆ ଏବେ ପୁଣି ସେଇ ପୁରୁଣା ଅଫିସ ବିପଦ ସଙ୍କୁଳ ଗୃହକୁ ବର୍ଷେ ହେଲାଣି ଫେରି ଆସି କାର୍ଯ୍ୟ କରୁଛି। ବହୁ ବର୍ଷ ଧରି ଟିକସ ଓକିଲ ସଂଘ ଏଵଂ ବିଭିନ୍ନ ବେପାର ଓ ବଣିଜ ସଂଗଠନ ତରଫରୁ ବିଭାଗୀୟ କର୍ତ୍ତୃପକ୍ଷ ଙ୍କୁ ଅବଗତ କରାଇଥିଲେ ମଧ୍ୟ କିଛି ସୁଫଳ ହେଉନାହିଁ। ନିକଟରେ ଅନୁଷ୍ଟିତ ହୋଇଥିବା ରେଞ୍ଜ ଲେବୁଲ ପରାମର୍ଶଦାତା ବୈଠକ ରେ ବରିଷ୍ଠ ସଭ୍ୟ ଯାଜପୁର ଜିଲ୍ଲା ଟ୍ୟାକ୍ସ ବାର ଆସୋସିଏସନ୍ ର ସଭାପତି ବିବେକାନନ୍ଦ ମହାନ୍ତି ଏ ପ୍ରସଙ୍ଗ ଉଠାଇ ଉପସ୍ଥିତ ଦ୍ରବ୍ୟ ଓ ସେବା କର ର ଓଡ଼ିଶା ର ସ୍ଵତନ୍ତ୍ର କମିଶନର ଶ୍ରୀମତୀ ଝରାଶ୍ରୀ ଖୁଣ୍ଟିଆଙ୍କ ଦୃଷ୍ଟି ଆକର୍ଷଣ କରି ନୂତନ କାର୍ଯ୍ୟଳୟ ତୁରନ୍ତ ଚୁଡାନ୍ତ କରିବାକୁ ଦୁଢ଼ ଦାବୀ ଜଣାଇଥିଲେ। ପ୍ରକାଶ ଥାଉକି ଏହି କାର୍ଯ୍ୟାଳୟ କୁ ଏଠାରେ ପ୍ରତିଷ୍ଠିତ ନାମୀ ଦାମୀ କାରଖାନା ଙ୍କ ପ୍ରତିନିଧି ସହିତ ଅନେକ ପ୍ରତିଷ୍ଠିତ ଓକିଲ ରାଜ୍ୟ ଓ ରାଜ୍ୟ ବାହାରୁ ଆସୁଥିଲେ ହେଁ ଅଫିସ୍ ରେ ନା ଅଛି ଭିଜିଟରସ ହଲ୍ ନା ଅଛି ଶୌଚାଳୟ। ତୁରନ୍ତ ଟେଣ୍ଡର କରି ନୂତନ ଅଫିସ୍ କରିବାକୁ ଶ୍ରୀଯୁକ୍ତ ମହାନ୍ତି ଦୂଢ଼ ଦାବି କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking