15.1 C
Bhubaneswar
Friday, January 16, 2026
Homeଓଡିଶାକଂଗ୍ରେସ ଦଳର ଆଗାମୀ କାର୍ଯ୍ୟକ୍ରମ ନିମନ୍ତେ ଜିଲ୍ଲା ପର୍ଯ୍ୟବେକ୍ଷକ ନିଯୁକ୍ତ

କଂଗ୍ରେସ ଦଳର ଆଗାମୀ କାର୍ଯ୍ୟକ୍ରମ ନିମନ୍ତେ ଜିଲ୍ଲା ପର୍ଯ୍ୟବେକ୍ଷକ ନିଯୁକ୍ତ

ଭୁବନେଶ୍ୱର : ଆଗାମୀ ଦିନରେ କଂଗ୍ରେସର ଜିଲ୍ଲାସ୍ତରୀୟ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ, ବିକ୍ଷୋଭ, ରାଲି ଇତ୍ୟାଦି କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ କଂଗ୍ରେସର ୩୫ ଗୋଟି ସାଂଗଠନିକ ଜିଲ୍ଲା ନିମନ୍ତେ ଜିଲ୍ଲା ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି। ଏହି ପର୍ଯ୍ୟବେକ୍ଷକ ମାନେ ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ସହଯୋଗ କରି ଜିଲ୍ଲା କାର୍ଯ୍ୟକ୍ରମକୁ ସଫଳ କରାଇବେ।

ଏହି କ୍ରମରେ ଅନୁଗୁଳ ଜିଲ୍ଲା ନିମନ୍ତେ ଶ୍ରୀ ଲଲାଟେନ୍ଦୁ ଦାସ ଓ ଅନିମା ମିଂଜ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଥିବା ବେଳେ ବାଲେଶ୍ୱର-ବନ୍ଦିତା ପରିଡ଼ା ଓ ପଦ୍ମାକର ଗୁରୁ, ବରଗଡ଼-ଘାସିରାମ ମାଝୀ ଓ ଫାରକୁ ମହମ୍ମଦ, ଭଦ୍ରକ ଜାନକୀ ବଲ୍ଲଭ ପଟ୍ଟନାୟକ ଓ ଅଜିତ ଜେନା (ମୟୁରଭଞ୍ଜ), ଭୁବନେଶ୍ୱର-ଡ. ଦେବାଶିଷ ପଟ୍ଟନାୟକ, ବଲାଙ୍ଗିର- ନିଳମାଧବ ହିକକା ଓ ମନୋଜ ବିଶ୍ୱାଳ, ବୌଦ୍ଧ- ସଂଗ୍ରାମ କେଶରୀ ମହାନ୍ତି, କଟକ-ଡ. ଲଲାଟେନ୍ଦୁ ମହାପାତ୍ର, କଟକ ସିଟି- ମନୋଜ ଜେନା ଓ ହିଂମାଶୁ ଲେଙ୍କା, ଦେଓଗଡ଼- ସଂଗ୍ରାମ କେଶରୀ ଦାସ, ଢ଼େଙ୍କାନାଳ- ଚିନ୍ମୟ ସୁନ୍ଦର ଦାସ ଓ ବିଶ୍ୱଜିତ ଦାଶ, ଗଞ୍ଜାମ (ପୂର୍ବ)-ବିଧାୟକ ପ୍ରଫୁଲ ପ୍ରଧାନ ଓ ପ୍ରଦୀପ କୁମାର ଦାସ, ଗଞ୍ଜାମ (ପଶ୍ଚିମ)- ଅଭିମନ୍ୟୁ ବେହେରା ଓ ବିଜୟ କୁମାର ପ୍ରଧାନ, ଗଜପତି- ଦୁର୍ଗା ପଣ୍ଡା, ଜଗତସିଂହପୁର-ରାଜକିଶୋର ବାରିକ ଓ ସିଧାର୍ଥ ମହାନ୍ତି, ଯାଜପୁର- ଚିନ୍ମୟ ପ୍ରସାଦ ବେହୁରା ଓ ସୁଦର୍ଶନ ଦାସ, ଝାରସୁଗୁଡ଼ା- ସିଦ୍ଧାର୍ଥ ସ୍ୱରୂପ ଦାସ, କଳାହାଣ୍ଡି- ମନୋରଞ୍ଜନ ତ୍ରିପାଠୀ ଓ ଅଜିତ ଦାସ, କନ୍ଧମାଳ- ବିଧାୟକ ରମେଶ ଚନ୍ଦ୍ର ଜେନା, କେନ୍ଦ୍ରାପଡ଼ା- ଶାନ୍ତାୟନ ମିଶ୍ର, କେନ୍ଦୁଝର- ପୃଥିବଲ୍ଲଭ ପଟ୍ଟନାୟକ ଓ ସସ୍ମିତା ବେହେରା, ଖୋର୍ଦ୍ଧା- ସୁଜିତ ପାଢ଼ୀ ଓ ବାଙ୍କନିଧି ବେହେରା, କୋରାପୁଟ- ବିଧାୟକ ସତ୍ୟଜିତ ଗମାଙ୍ଗୋ, ମୟୁରଭଞ୍ଜ (ପୂର୍ବ)- ଯଶବନ୍ତ ଲାଗୁରି ଓ ତରୁଣ ମିଶ୍ର, ମୟୁରଭଞ୍ଜ (ପଶ୍ଚିମ) ନଳିନୀ ମହାନ୍ତି, ମାଲକାନଗିରି- ବିଧାୟକ ପବିତ୍ର ସାଉଂଟା ଓ ଦ୍ୱାରିକା ମହାପାତ୍ର, ନବରଙ୍ଗପୁର- ବଳଭଦ୍ର ମାଝୀ ଓ ପୁରୁଷୋତମ ଗୁପ୍ତା, ନୂଆପଡ଼ା- ମୂରଲିଧର ନାୟକ, ନୟାଗଡ଼- ଅମିୟ ପଟ୍ଟନାୟକ ଓ ୟାସିର ନୱାଜ, ପୁରୀ- ମନୋରଞ୍ଜନ ଦାଶ ଓ ମନୋରଞ୍ଜନ ପଟ୍ଟନାୟକ, ରାୟଗଡ଼ା- ଦ୍ରୌପଦୀ ମାଝୀ ଓ ପ୍ରଦୀପ ମହାପାତ୍ର, ରାଉରକେଲା- ରାଜ କିଶୋର ଷଡ଼ଙ୍ଗୀ, ସମ୍ବଲପୁର- ସନ୍ତୋଷ ସିଂ ସାଲୁଜା ଓ ବିଜୟାନନ୍ଦ ଚାଉଳିଆ, ସୁବର୍ଣ୍ଣପୁର- ରତିକାନ୍ତ କାନୁନଗୋ ଓ ଗଣେଶ ସାହୁ, ସୁନ୍ଦରଗଡ଼- ମାନସ ମଲ୍ଲିକ ଓ ରଞ୍ଜନ ସେଠୀ ଦାୟିତ୍ୱରେ ରହିଛନ୍ତି ବୋଲି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking