27.1 C
Bhubaneswar
Friday, December 5, 2025
Homeଓଡିଶାଗଞ୍ଜେଇ ଚାଷର ମୂଳୋତ୍ପାଟନ ପାଇଁ ଜିଲ୍ଲପାଳଙ୍କୁ ନିର୍ଦ୍ଦେଶ

ଗଞ୍ଜେଇ ଚାଷର ମୂଳୋତ୍ପାଟନ ପାଇଁ ଜିଲ୍ଲପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ବର: ଆଜି ଅପରାହ୍ନରେ ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଦଶଟି ଗଞ୍ଜେଇ ଚାଷ ପ୍ରବଣ ଜିଲ୍ଲାର ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ଜିଲ୍ଲା ବନ ଅଧିକାରୀ ଏବଂ ଅବକାରୀ ଅଧିକ୍ଷକମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।  ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକ ରେ ଅଧକ୍ଷତା କରି ଶ୍ରୀମତୀ ଗର୍ଗ ନିଜ ଜିଲ୍ଲାରେ ଗଞ୍ଜେଇ ଚାଷପ୍ରବଣ ଅଞ୍ଚଳକୁ ଚିହ୍ନଟ କରି ଏହାର ମୂଳୋତ୍ପାଟନ ନିମିତ୍ତ ମିଳିତ ଭାବେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଥିଲେ । ଏଥି ସହିତ ନିଜ ନିଜ ଅଞ୍ଚଳରେ ଗଞ୍ଜେଇ ଚାଷର ଅବସ୍ଥିତି ସମ୍ପର୍କରେ ଜିଲ୍ଲା ପ୍ରଶାସନକୁ ନିୟମିତ ସୂଚନା ପ୍ରଦାନ କରିବାକୁ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା ବନ ବିଭାଗର କ୍ଷେତ୍ର କର୍ମଚାରୀମାନଙ୍କୁ ପରମର୍ଶ ଦେଇଥିଲେ । ଏହି ବୈଠକରେ IG, STF ଶ୍ରୀ ସାର୍ଥକ ଷଡ଼ଙ୍ଗୀ Hemp app ଉପରେ ଗୁରତ୍ୱାରୋପ କରିଥିବା ବେଳେ ଅବକାରୀ କମିଶନର ପି. ଅନ୍ଵେଷା ରେଡ୍ଡୀ Power Point Presentation ମାଧ୍ୟମରେ ଅଂଶ ଗ୍ରହଣ କରିଥିବା ସମସ୍ତ ଅଧିକାରୀମାନଙ୍କୁ ଗଞ୍ଜେଇ ଚାଷର ସଂପୂର୍ଣ୍ଣ ମୂଳୋତ୍ପାଟନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ I ବୈଠକରେ ଅବକାରୀ ବିଭାଗ ଅତିରିକ୍ତ ଶାସନ ସଚିବ ଶ୍ରୀ ଦେବାଶିଷ ପଟ୍ଟନାୟକଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ଏବଂ ORSAC ର ଅଧିକାରୀ ମାନେ ଉପସ୍ଥିତ ଥିଲେ।ଏଥିରେ ଆଭାସୀ ମାଧ୍ୟମରେ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଜିଲ୍ଲା ବନ ଅଧିକାରୀ ଏବଂ ଅବକାରୀ ଅଧିକ୍ଷକମାନ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking