ଯାଜପୁର: ଯାଜପୁର ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ମୁନିସିପାଲ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସେଣ୍ଟର ଫର ଏନଭାରମେଣ୍ଟାଲ ଷ୍ଟଡି ଓ ମେକର ଘାଟ ଆନୁକୂଲ୍ୟରେ ଜ଼ିଲ୍ଲା ସ୍ତରୀୟ ପ୍ରକଳ୍ପ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ଚିତ୍ତରଞ୍ଜନ ସେଠିଙ୍କ ଅଧକ୍ଷ୍ୟତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ସିଇଏସର ପ୍ରୋଗ୍ରାମ ଅଫିସର ପ୍ରଭାତ ମୋହନ ଦାସ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ। ମୁଖ୍ୟବକ୍ତା ରୂପେ ଜିଲ୍ଲା ଶିକ୍ଷାଧିକାରୀ ମହେଶ୍ୱର ସାହୁ, ସମ୍ମlନିତ ଅତିଥି ରୂପେ ମେକରଘାଟର ମ୍ୟାନେଜର କପିଳାସ ଅବଦାର ଜିଲ୍ଲା ସଂଯୋଜକ ତଥା ଜିଲ୍ଲା ବିଜ୍ଞାନ ନିରୀକ୍ଷକ କୁମାରସେନ ସେନାପତି ଯୋଗଦାନ କରି ପ୍ରତିଯୋଗୀ ମାନଙ୍କୁ ଉତ୍ସହିତ ଥିଲେ । ଏଥିରେ ଜିଲ୍ଲାର ୧୦ଟି ବ୍ଲକରୁ ୫୦ ଜଣ ଛାତ୍ରଛାତ୍ରୀ ଓ ସେମାନଙ୍କ ସହଯୋଗୀ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଅଂଶଗ୍ରହଣ କରି ପରିପୋଷଣୀୟ ଜୀବନ ଶୈଳୀ ବିକାଶରେ ବିଷୟକୁ ଭିତ୍ତି କରି ଶକ୍ତି ସଂରକ୍ଷଣ, ଜଳ ସୁରକ୍ଷା, ପ୍ଲାଷ୍ଟିକର ବ୍ୟବହାର ନକରିବା, ଅଦରକାରୀ ପଦାର୍ଥର ପୁନଃ ବ୍ୟବହାର ଓ ଉତ୍ତମ ସ୍ୱାସ୍ଥ୍ୟ ଆଦି ବିଷୟରେ ପ୍ରକଳ୍ପମାନ ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ହାଇସ୍କୁଲ, ବରୀର ଛାତ୍ରୀ ପ୍ରିନ୍ସ ପ୍ରିୟା ସାମଲ ପ୍ରଥମ, ଓଏଭି, ଜାମଧରର ଛାତ୍ର ଆୟୁଷ୍ମାନ ରାଉତ, ଦ୍ୱତୀୟ ଓ ମହାବିନାୟକ ବିଦ୍ୟାୟନର ଛାତ୍ରୀ ସୋନାଲି ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରୀୟ ପ୍ରତିଯୋଗୀତା କୁ ମନୋନିତ ହୋଇଛନ୍ତି l ଅପରାହ୍ନରେ ପୁରସ୍କାର ବିତରଣ ସଭାରେ ଜି ସି କଲେଜର ପଦାର୍ଥ ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ନାରାୟଣ ଚନ୍ଦ୍ର ଶାସିନ ମୁଖ୍ୟ ଅତିଥି ଓ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଜୟନ୍ତ ସାମଲ ସମ୍ମାନିତ ଅତିଥି, ଜିଲ୍ଲା ବିଜ୍ଞାନ ନିରୀକ୍ଷକ, ଉକ୍ତ ବିଦ୍ୟାଳୟର ପ୍ରଧାଶିକ୍ଷକ ଉପସ୍ଥିତ ରହି କୃତ୍ତୀ ଛାତ୍ର ଛାତ୍ରୀ ମାନଙ୍କୁ ଆର୍ଥିକ ପୁରସ୍କାର ସହ ପ୍ରମାଣପତ୍ର ପ୍ରଦାନ କରିଥିଲେ ।










