29.1 C
Bhubaneswar
Sunday, February 8, 2026
Homeଓଡିଶାଯାଜପୁର ଠାରେ ଜିଲ୍ଲାସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା ଆୟୋଜିତ

ଯାଜପୁର ଠାରେ ଜିଲ୍ଲାସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା ଆୟୋଜିତ

ଯାଜପୁର: ସ୍ଥାନୀୟ ପ୍ରଶାସନିକ ଭବନ ପଡିଆ ଠାରେ ଜିଲ୍ଲା ପ୍ରଶାସନ ଓ ମିଶନ ଶକ୍ତି ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି। ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ କହିଲେ ଲକ୍ଷପତି ଦିଦି ତିଆରି କରିବା ପାଇଁ ଏହି ଜିଲ୍ଲାସ୍ତରୀୟ କର୍ମଶାଳା ଉପସ୍ଥିତ ମହିଳା ମାନଙ୍କର ମାର୍ଗଦର୍ଶନ କରିବ। ସରକାରଙ୍କର ବିଭିନ୍ନ ଯୋଜନା ମାଧ୍ୟମରେ ସେମାନେ କେମିତି ଉନ୍ନତି କରି ଆର୍ଥିକ ସ୍ବାବଲମ୍ବୀ ହୋଇପାରିବେ। ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତରେ ସବୁଠାରୁ ଅଧିକ ଲକ୍ଷପତି ଦିଦି ଗଠନ କରିବା ତାଙ୍କର ସ୍ବପ୍ନ ଓ ଆକାଂକ୍ଷା ରହିଛି। ମା’ ମାନେ ସଶକ୍ତ ହେଲେ ତାଙ୍କ ପରିବାରର ଉନ୍ନତି ହେବ। ପିଲାମାନେ ଭଲ ପାଠ ପଢିବେ। ବିକଶିତ ଦେଶ ଗଠନରେ ମା’ ମାନଙ୍କର ଭାଗନେବା ନିହାତି ଦରକାର। ମା’ ମାନଙ୍କର ସାମାଜିକ, ଅର୍ଥନୈତିକ ସଶକ୍ତିକରଣ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ପ୍ରୟାସ ଜାରି ରଖିଛନ୍ତି। ମହିଳାମାନେ କୃଷି, ଉଦ୍ୟାନ କୃଷି, ମତ୍ସ୍ୟଚାଷ, କୁକୁଡ଼ାଚାଷ, ଛତୁଚାଷ, ପନିପରିବା ଚାଷ, ଟେଲରିଂ, ମାଣ୍ଡିଆ ଚାଷ, ମାଇକ୍ରୋଇଣ୍ଡଷ୍ଟ୍ରି ମାଧ୍ୟମରେ କମ୍ୟୁନିଟି ସପୋର୍ଟ ମାଧ୍ୟମରେ ସେମାନଙ୍କର ଆର୍ଥିକ ଅଭିବୃଦ୍ଧି ହୋଇପାରିବ। ଏହି କର୍ମଶାଳାରେ ଅଧ୍ୟକ୍ଷତା କରି ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆ କହିଲେ ପରିବାରକୁ ଠିକଣା ଭାବରେ ଚଳାଇବାକୁ ମା’ ମାନଙ୍କର ପ୍ରମୁଖ ଭୂମିକା ରହିଛି। ମା’ ମାନେ ବହୁ କଷ୍ଟ ସ୍ବୀକାର କରୁଛନ୍ତି। ସେମାନଙ୍କୁ ଆର୍ଥିକ ଭାବରେ ସ୍ବାବଲମ୍ବୀ ହେବା ପାଇଁ ସରକାର ସହଯୋଗ କରୁଛନ୍ତି। ମହିଳା ମାନଙ୍କର ନିଷ୍ଠା ଓ ପ୍ରଚେଷ୍ଟା ରହିଛି ସେମାନଙ୍କୁ ମାର୍ଗଦର୍ଶନ କରାଗଲେ କେଉଁ ବାଟରେ ଯାଇ ସେମାନେ ଲକ୍ଷପତି ନୁହେଁ କୋଟିପତି ଦିଦି ହୋଇପାରିବେ ।

ଆମ ଜିଲ୍ଲାର ୯୦ ହଜାର ଲକ୍ଷପତି ଦିଦି ଟାର୍ଗେଟ ଥିବା ବେଳେ ଆମେ ୧ ଲକ୍ଷ ଲକ୍ଷପତି ଦିଦି ତିଆରି କରି ପାରିବା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଡି.ସି.ପି ମିଶନ ଶକ୍ତି ସିତାଂଶୁ ଶେଖର ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରି କହିଲେ ଲକ୍ଷପତି ଦିଦି ଯୋଜନାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୫ ଅଗଷ୍ଟ ୨୦୨୩ ରେ ଶୁଭାରମ୍ଭ କରିଥିଲେ। ଏହାର ମୂଳ ଲକ୍ଷ୍ୟ ଥିଲା ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନେ ନିଜ ଗ୍ରାମରେ ଛୋଟ ଛୋଟ ବ୍ୟବସାୟ କରି ନିଜକୁ ସ୍ବାବଲମ୍ବୀ ଓ ସଶକ୍ତ କରିବା ସହିତ ନିଜକୁ ଲକ୍ଷପତି ଦିଦି ହିସାବରେ ଗଢି ତୋଳିବା ଏହି ଯୋଜନା ମାଧ୍ୟମରେ ୨ କୋଟି ମହିଳାଙ୍କୁ ପ୍ଲମ୍ବିଙ୍ଗ,ଏଲ.ଇ.ଡି ବଲ୍ ବ ତିଆରି, ଟେଲରିଂ, ଡ୍ରୋନ୍, ଅପରେଟିଂ ଏବଂ ମରାମତି ଭଳି ବିଭିନ୍ନ କୌଶଳ ଉପରେ ତାଲିମ ଦିଆଯିବ। ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମାଇକ୍ରୋ ଉଦ୍ୟୋଗ ଆରମ୍ଭ କରିବାକୁ ଏସ.ଏଚ୍.ଜି ମହିଳା ମାନଙ୍କୁ ଉତ୍ସାହିତ କରିବା, ମହିଳା ମାନଙ୍କୁ ଲକ୍ଷପତି ଦିଦି କରିବାର ସରକାରଙ୍କ ମୁଖ୍ୟ ଆଭିମୁଖ୍ୟ ହେଉଛି ସେମାନେ ନିଜର ପିଲାମାନଙ୍କ ଉଚ୍ଚ ଶିକ୍ଷା ନିମନ୍ତେ ଆବଶ୍ୟକ ଅର୍ଥ ଖର୍ଚ୍ଚ କରିବାକୁ ସକ୍ଷମ ହୋଇ ପାରିବେ।ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆମ ଜିଲ୍ଲାର ୯୦,୧୬୮ ଜଣ ପୋଟେନ୍ସିଆଲ ଲକ୍ଷପତି ଦିଦି ଙ୍କୁ ଏହି ଯୋଜନା ଉପରେ ତାଲିମ ଦିଆଯାଇଛି। କିପରି ସେମାନେ ଲକ୍ଷପତି ଦିଦି ହୋଇପାରିବେ। ଏଥି ମଧ୍ୟରୁ ଆଜି ସୁଦ୍ଧା ୩୯,୮୯୭ ଜଣ ମହିଳା ନିଜକୁ ଲକ୍ଷପତି ଦିଦି ହିସାବରେ ସାବ୍ୟସ୍ତ କରି ସାରିଲେଣି। ଏହି କର୍ମଶାଳାରେ ଜିଲ୍ଲାମୁଖ୍ୟ କୃଷି ଅଧିକାରୀ, ସହକାରୀ ନିର୍ଦ୍ଦେଶକ, ଉଦ୍ୟାନ କୃଷି, ମତ୍ସ୍ୟ, ପ୍ରାଣୀ ସମ୍ପଦ, ଅଗ୍ରଣୀ ବ୍ୟାଙ୍କ ମ୍ୟାନେଜର, ଡି.ଡି.ଏମ, ନାବାର୍ଡ, ପ୍ରମୁଖ ଯୋଗଦେଇ ଉପସ୍ଥିତ ମହିଳା ମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା, ସବସିଡି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଶେଷରେ ବି.ପି.ଏମ, ଓ.ଏଲ.ଏମ ଶ୍ରୀନିବାସ ଧନ୍ୟବାଦ୍ ଅର୍ପଣ କରିଥିଲେ।ଏହି ଶିବିରରେ ସମସ୍ତ ବ୍ଲକର ବି.ଡି.ଓ ଲାଇନ୍ ଡିପାର୍ଟମେଣ୍ଟ ଅଧିକାରୀ, ଏସ.ଏଚ୍.ଜି ମହିଳା, କମ୍ୟୁନିଟି ସପୋର୍ଟ ଷ୍ଟାଫ୍, ଲକ୍ଷପତି ଦିଦି, ମିଶନ ଶକ୍ତି ଓ ଓଡ଼ିଶା ଜୀବିକା ମିଶନ ର କର୍ମଚାରୀମାନେ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking