19.1 C
Bhubaneswar
Sunday, December 21, 2025
Homeଓଡିଶାଜିଲ୍ଲା ସ୍ତରୀୟ ଡଃ ଭୀମରାଓ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ୨୦୨୫ ପାଳିତ

ଜିଲ୍ଲା ସ୍ତରୀୟ ଡଃ ଭୀମରାଓ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ୨୦୨୫ ପାଳିତ

ଯାଜପୁର: ଆଜି ପୂର୍ବାହ୍ନରେ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ଶ୍ରୀ ଶିବାନନ୍ଦ ସ୍ବାଇଁ ଙ୍କ ଅଧ୍ୟକ୍ଷତାରେ ସମ୍ବିଧାନ ପ୍ରଣେତା ଜନନାୟକ ଭାରତରତ୍ନ ଡଃ ଭୀମରାଓ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଅଛି। ଆଜିର ଏହି ପବିତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ଶ୍ରୀମତୀ ପି. ଅନ୍ୱେଷା ରେଡ୍ଡୀ ସମସ୍ତଙ୍କୁ ଭାରତୀୟ ଗଣତନ୍ତ୍ରର ସମ୍ବିଧାନ ପ୍ରଣେତା ଜନନାୟକ ଭାରତରତ୍ନ ଡଃ ଭୀମରାଓ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ର ଶୁଭେଚ୍ଛା ଜଣାଇଥିଲେ।କିପରି ତାଙ୍କ ଆଦର୍ଶ ମାନି ତାଙ୍କ ଆଚରଣ କୁ ଅନୁସରଣ କରି ଆମେ ବାଧା ବିଘ୍ନ ସତ୍ତ୍ୱେ ବି ଡରି ନଯାଇ ତାଙ୍କ ପରି ଜଣେ ମହାନ୍ ମଣିଷ ଟେ ହୋଇ ଦେଶକୁ ଗୌରବାନ୍ଵିତ କରିପାରିବା ଏବଂ ନିଜକୁ ପ୍ରସ୍ପୁଟିତ କରିପାରିବା ସେ ସମ୍ପର୍କରେ ଛାତ୍ର ଛାତ୍ରୀ ଙ୍କୁ ପରାମର୍ଶ ଦେଇଥିଲେ।ଦେଶର ହିତ ସାଧନରେ ସଦା ସର୍ବଦା କର୍ମ ତତ୍ପର ହୋଇ ରହିବା ଏବଂ ଅନ୍ୟକୁ ଏହାର ମହତ୍ତ୍ଵ ବୁଝାଇ ପ୍ରେରଣା ଦେଇପାରିବା ଏ ଦିଗରେ ଉପସ୍ଥିତ ସମସ୍ତଙ୍କୁ ଅବଗତ କରାଇଥିଲେ। ମହାନ ଜନନାୟକ ଭାରତରତ୍ନ ଡଃ ଭୀମରାଓ ଆମ୍ବେଦକର ତାଙ୍କ ଜୀବନ କାଳ ମଧ୍ୟରେ କିପରି ଜାତିଆଣ ଭେଦ ଭାବର ସମ୍ମୁଖୀନ ହୋଇଥିଲେ ଏବଂ ବାଧା ବିଘ୍ନ,ସଂଘର୍ଷ ସତ୍ତ୍ୱେ ନିଜକୁ ବିଶ୍ଵ ବିଜେତା କରି ପାରିଥିଲେ ସେ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରିଥଲେ ।

ସମାଜରେ କେବଳ ଜାତି, ଧର୍ମ, ବର୍ଣ୍ଣ ନୁହେଁ ସାମାଜିକ ଓ ଅର୍ଥନୈତିକ ସ୍ତରରେ ମଧ୍ୟ ଯେପରି ସମସ୍ତଙ୍କୁ ସମାନତା ମିଳିପାରିବ ଏବଂ କାହାକୁ ଜାତିଆଣ କିମ୍ବା ସାମାଜିକ, ଅର୍ଥନୈତିକ ଭେଦଭାବ ର ଶିକାର ହେବାକୁ ପଡ଼ିବନି ସେ ଦିଗରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ,। ଉକ୍ତ ଦିବସରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ଶ୍ରୀ ଶିବାନନ୍ଦ ସ୍ବାଇଁ ଡଃ ଭୀମରାଓ ଆମ୍ବେଦକରଙ୍କ ବିଦ୍ୟାଳୟ ଜୀବନ ଠୁ ଆରମ୍ଭ କରି ଡିଗ୍ରୀ ହାସଲ କରିବା ପର୍ଯ୍ୟନ୍ତ ସମ୍ମୁଖୀନ ହୋଇଥିବା ବିଭିନ୍ନ ବାଧା ବିଘ୍ନ ଏବଂ ସକାରାତ୍ମକ ଭାବେ ତାଙ୍କୁ ଆଗକୁ ଯିବା ପାଇଁ ପ୍ରେରଣା ଯୋଗାଇଥିବା ଏବଂ ସାହାଯ୍ୟର ହାତ ବଢ଼ାଇଥିବା ଡଃ ଭୀମରାଓ ଆମ୍ବେଦକରଙ୍କ ବିଦ୍ୟାଳୟର ଶିକ୍ଷକ ଯିଏକି ଜଣେ ବ୍ରାହ୍ମଣ ପରିବାରର ଥିଲେ ସେ ପ୍ରସଙ୍ଗରେ ସମସ୍ତଙ୍କୁ ଅବଗତ କରାଇଥିଲେ। ଏହି ଦିବସରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆରକ୍ଷୀ ନିରୀକ୍ଷକ, ଟାଉନ ଥାନା ଶ୍ରୀ ଶରତ ଚନ୍ଦ୍ର ପାତ୍ର କହିଲେ ଭାରତୀୟ ବୃହତ ଗଣତନ୍ତ୍ରର ସମ୍ବିଧାନ ପ୍ରଣେତା ତଥା ଡ୍ରାଫ୍ଟିଂ କମିଟିର ଅଧ୍ୟକ୍ଷ ଭାରତରତ୍ନ ଡଃ ଭୀମରାଓ ଆମ୍ବେଦକରଙ୍କ ଜନ୍ମ ୧୪ ଏପ୍ରିଲ ୧୮୯୧ ମସିହାରେ ହୋଇଥିଲା। ୧୮୯୧ ମସିହାରୁ ୧୯୫୬ ମସିହା ତାଙ୍କ ପାଇଁ ବୈଶାଖୀ ର ଝାଞ୍ଜି ପରି ଥିଲା ଯାହା ଥିଲା ବହୁ ସଂଘର୍ଷ ପୂର୍ଣ୍ଣ । ସେ ତାଙ୍କ ପିତା ମାତାଙ୍କର ୧୪ ତମ ସନ୍ତାନ ଥିଲେ । ବହୁ ବାଧାବିଘ୍ନ, ଜାତିଆଣ ଭେଦଭାବର ଶିକାର ହେବାକୁ ପଡ଼ିଥିଲା ତାଙ୍କୁ। ସଂଘର୍ଷର ଚରମ ଶୀର୍ଷ ପର୍ଯ୍ୟନ୍ତ ଯାଇ ମଧ୍ୟ ସେ ହାରି ଯାଇ ନଥିଲେ କିପରି ଜାତିଆଣ ଭେଦଭାବ କୁ ଦୂର କରିବେ କିପରି ଲୋକମାନଙ୍କ ମନରେ ସଚେତନତା ସୃଷ୍ଟି କରି ପାରିବେ ସେଥି ପ୍ରତି ସେ ବହୁ ତତ୍ପର ଥିଲେ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଅବସରପ୍ରାପ୍ତ ପ୍ରାଧ୍ୟାପକ ଶ୍ରୀ ଦାମୋଦର ବେହେରା ଡଃ ଭୀମରାଓ ଆମ୍ବେଦକରଙ୍କ ଜୀବନୀ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିବା ସହ ଜାତିଆଣ ଭେଦଭାବ ଓ ଅସ୍ପୃଶ୍ୟତା ର କୁପ୍ରଭାବ ଦୂରୀକରଣ କରିବା ନିମନ୍ତେ ଉପସ୍ଥିତ ସମସ୍ତଙ୍କୁ ସଚେତନତା ବାର୍ତ୍ତା ଦେଇଥିଲେ। ଜିଲ୍ଲାସ୍ତରୀୟ ଓଡ଼ିଆ ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନେ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ।ଉକ୍ତ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଉପ ଜିଲ୍ଲାପାଳ, ଯାଜପୁର ଶ୍ରୀ ତାପସ ରଞ୍ଜନ ଦେହୁରି, ଅତିରିକ୍ତ ତହସିଲଦାର, ଯାଜପୁର ଶ୍ରୀ ଅଶୋକ କୁମାର ପଣ୍ଡା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ନିରଞ୍ଜନ କର ଯୋଗଦେଇ ଭୀମରାଓ ଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ। ପ୍ରାରମ୍ଭରେ ଅତିଥି ମାନେ ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଥିବା ଆମ୍ବେଦକର ଓ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ।ଉକ୍ତ ଦିବସରେ ବିଭାଗୀୟ ଅଧିକାରୀ, ବୁଦ୍ଧିଜୀବୀ, ବିଦ୍ୟାଳୟର ଛାତ୍ର ଛାତ୍ରୀ,ଶିକ୍ଷକ, ଶିକ୍ଷୟତ୍ରୀ, ଅଭିଭାବକ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking