35.2 C
Bhubaneswar
Wednesday, April 8, 2026
Homeଓଡିଶାଜିଲ୍ଲା ସ୍ତରୀୟ ୭୮ ତମ ସ୍ୱାଧୀନତା ଦିବସ ପାଳିତ

ଜିଲ୍ଲା ସ୍ତରୀୟ ୭୮ ତମ ସ୍ୱାଧୀନତା ଦିବସ ପାଳିତ

ଯାଜପୁର : ଯାଜପୁର କୁସୁମା ସମ୍ମୁଖ ପଡିଆରେ ଜିଲା ସ୍ତରୀୟ ୭୮ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଯାଜପୁରର ପ୍ରଥମ ମହିଳା ଜିଲାପାଳ ପି ଅନ୍ବେଶା ରେଡ୍ଡୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରି ଦେଶର ସ୍ୱାଧୀନତା ସଂଗ୍ରାମରେ ଯାଜପୁର ଜିଲ୍ଲାର ଅବଦାନ କୁ ମନେ ପକାଇଥିଲେ। ଏହି ଅବସରରେ ଜିଲା ପରିଷଦ ସଭାପତି ନଳିନୀ ପ୍ରଭା ଜେନା, ଆରକ୍ଷୀ ଅଧିକ୍ଷକ ଭିନିତ ଅଗ୍ରୱାଲ, ଜିଲା ମୁଖ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆ, ଅତିରିକ୍ତ ଜିଲାପାଳ ନବକୃଷ୍ଣ ଜେନା, ରାଜସ୍ୱ ବିଭାଗର ଅତିରିକ୍ତ ଜିଲାପାଳ ଶୁଭେନ୍ଦ୍ର କୁମାର ସାମଲଙ୍କ ସମେତ ଜିଲର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଜିଲ୍ଲା ର ବିଭିନ୍ନ ସ୍କୁଲ କଲେଜ ଛାତ୍ରଛାତ୍ରୀ , ସ୍କାଉଟ ଗାଇଡ , ଏନସିସି, ପୋଲିସ ବାହିନୀର ୪୮ଟି ଟ୍ରୁପ ପ୍ୟାରେଡ ପ୍ରଦର୍ଶିତ କରିଥିଲେ । ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତା ର କୃତି ପ୍ରତିଯୋଗୀଙ୍କୁ ଉପସ୍ଥିତ ଅତିଥି ମାନଙ୍କୁ ପୁରସ୍କୃତ କରିଥିଲେ। ଜିଲାର ବିଭିନ୍ଣ କ୍ଷେତ୍ର ରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିତ୍ବ ମାନଙ୍କୁ ଏହି ଅବସରରେ ଜିଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking