ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲାର ସର୍ବାଙ୍ଗୀନ ବିକାଶ ଓ ଜିଲାରେ ଚାଲିଥିବା ବିଭିନ୍ନ ସରକାରୀ ଯୋଜନାର ସଫଳ ରୂପାୟନ ସହ ବିକାଶ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ନେତାମାନେ ମୁଖ୍ୟମନ୍ତ୍ରୀ ମୋହନ ଚାରଣ ମାଝୀଙ୍କୁ ଭେଟିଛନ୍ତି। ଜିଲ୍ଲାର ରେଳପଥ ବିକାଶ, ଶିଳ୍ପ ପ୍ରତିଷ୍ଠା, ଶିଳ୍ପ ଭିତ୍ତିଭୂମି ସୁଦୃଢ କରିବା ଗମନାଗମନ ବ୍ୟବସ୍ଥାରେ ଉନ୍ନତି ସହ ଜିଲ୍ଲାରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇବା ସମ୍ପର୍କ ଆଲୋଚନା କରିଥିଲେ। ମହାକାଳପଡା ବିଧାୟକ ଡ. ଦୂର୍ଗା ପ୍ରସନ୍ନ ନାୟକ, କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ସଭାପତି ଶଶାଙ୍କ ଶେଖର ସେଠୀ, କେନ୍ଦ୍ରାପଡ଼ା ବିଜେପି ବିଧାୟିକା ପ୍ରାର୍ଥୀ ଗୀତାଞ୍ଜଳି ସେଠୀ ଆଳି ବିଧାୟକ ପ୍ରାର୍ଥୀ କୃଷ୍ଣ ଚନ୍ଦ୍ର ପଣ୍ଡା, ରାଜନଗର ବିଜେପି ବିଧାୟକ ପ୍ରାର୍ଥୀ ଲଳିତ ବେହେରା, ଜିଲ୍ଲା ବିଜେପି ଉପସଭାପତି ଆଡ୍ଭୋକେଟ୍ ଭାରତ ଭୂଷଣ ଦାସ ଓ ସାଧାରଣ ସମ୍ପାଦକ ଅମିତାଭ ସୁଆର ପ୍ରମୁଖ ଜିଲ୍ଲା ବିଜେପି ନେତାମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଜିଲ୍ଲାର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ।










