25.1 C
Bhubaneswar
Friday, October 25, 2024
Homeଓଡିଶାତାଣ୍ଡବ ରଚିଲା ବାତ୍ୟା 'ଦାନା'

ତାଣ୍ଡବ ରଚିଲା ବାତ୍ୟା ‘ଦାନା’

ଭଦ୍ରକ: ମଧ୍ୟ ରାତ୍ରିରେ ଲାଣ୍ଡଫଲ୍‌ କଲା ବାତ୍ୟା ‘ଦାନା’। ଭିତରକନିକା ହବାଳିଖଟିରେ ଛୁଇଁଲା ସ୍ଥଳଭାଗ । ଲ୍ୟାଣ୍ଡଫଲ୍‌ ହେବା ପରେ ଲାଗିରହିଛି ବାତ୍ୟା ବିଭୀଷିକା । ବିଶେଷ କରି ଭଦ୍ରକ ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଭିଷଣ ବର୍ଷା ଏବଂ ତୀବ୍ର ବେଗରେ ପବନ ବହିବା କାରଣରୁ ଅନେକ ସ୍ଥାନରେ ଗଛ ଭାଙ୍ଗି ରାସ୍ତାରେ ପଡି ରହିଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି ।

ବାତ୍ୟା ଦାନା ଲ୍ୟାଣ୍ଡଫଲ୍‌ ହେବା ପରେ ଜୋର୍‌ରେ ପବନ ବହିବା କାରଣରୁ ୧୬ ନମ୍ୱର ଜାତୀୟ ରାଜପଥ କଡ଼ରେ ଅନେକ ଗାଡ଼ି ଅଟକି ରହିଛି । ତୀବ୍ର ଗତିରେ ପବନ ସହ ପ୍ରବଳ ବର୍ଷା ଲାଗି ରହିଥିବା କାରଣରୁ ୨୦୦ ମିଟରରୁ ଅଧିକ ଦୂର ପର୍ଯ୍ଯନ୍ତ ଦେଖିବା ସମ୍ଭବପର ହେଉନାହିଁ । ଭିଷଣ ପବନ ବହିବା କାରଣରୁ ଏନେର ଗୁଡ଼ିଏ ଗଛ ମଧ୍ୟ ଭାଙ୍ଗି ରାସ୍ତାରେ ପଡ଼ି ରହିଛି । ଫଳରେ ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିବାର ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking