ବଲାଙ୍ଗୀର : ରେଲୱେ ଟ୍ରାକରୁ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ମୁରିହାହାଲ ରେଲୱେ ଷ୍ଟେସନ ନିକଟରୁ ମୃତଦେହ ଉଦ୍ଧାର କରାଯାଇଛି । ହେଲେ ମୃତ ଯୁବକଙ୍କ ପରିଚୟ ଏ ଯାଏଁ ମିଳିନାହିଁ । ମୃତ୍ୟୁର କାରଣ ଏଯାବତ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳେର ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।










