25.1 C
Bhubaneswar
Monday, December 8, 2025
Homeଦେଶ ବିଦେଶଲୋକସଭାରେ ‘ବନ୍ଦେ ମାତରମ୍‌’ ଆଲୋଚନା

ଲୋକସଭାରେ ‘ବନ୍ଦେ ମାତରମ୍‌’ ଆଲୋଚନା

ନୂଆଦିଲ୍ଲୀ: ସଂସଦରେ ଶୀତକାଳୀନ ଅଧିବେଶନର ଆଜି ଷଷ୍ଠ ଦିନ । ସଂସଦରେ ବନ୍ଦେ ମାତରମ୍ ବିତର୍କ । ଲୋକସଭା ଭବନରେ ଅଭିଭାଷଣ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅଭିଭାଷଣରେ କଂଗ୍ରେସକୁ ପରୋକ୍ଷରେ ଟାର୍ଗେଟ୍ କଲେ ପ୍ରଧାନମନ୍ତ୍ରୀ । ମୋଦଜି କହିଛନ୍ତି ଯେ ଜରୁରୀ ପରିସ୍ଥିତି ବେଳେ ବନ୍ଦେ ମାତରମ୍ ଶହେ ବର୍ଷ ପୂରଣ କରିଥଲା । ସେହି ସମୟରେ ଗଣତନ୍ତ୍ର ବିପଦରେ ଥିଲା । ୧୮୭୫ ମସିହାରୁ ଆରମ୍ଭ ହୋଇ ଆଜି ଏହା ୧୫୦ ବର୍ଷ ପୂରଣ କରିଛି । ଏହା ଆମର ସ୍ୱାଧୀନତା ସଂଗ୍ରାମୀଙ୍କୁ ପ୍ରେରଣା ଯୋଗାଇଥିଲା । ଏଜି ଆମେ ଐତିହାସିକ ମୁହୁର୍ତ୍ତର ସାକ୍ଷୀ ହୋଇଛେ, ଏଥିପାଇଁ ଗର୍ବିତ । ଏହା ଆମର ସ୍ୱାଧିନତା ସଂଗ୍ରାମୀଙ୍କୁ ପ୍ରେରଣା ଯୋଗାଇଥିଲା । ବନ୍ଦେ ମାତରମ୍ ସବୁ ଭାରତୀୟଙ୍କ ପାଇଁ ସଂକଳ୍ପ ବନିଥିଲା । ବ୍ରିଟିଶ ଶାସନକୁ ସଠିକ୍ ଜବାବ ଦେଇଥିଲା ‘ବନ୍ଦେ ମାତରମ୍‌’ ସ୍ଲୋଗାନ । ସ୍ୱାଧୀନ ଭାରତ ଗଠନ କରିବାରେ ଏହା ଶକ୍ତି ଆଣି ଦେଇଥିଲା । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ” ଦେଶକୁ ଆତ୍ମନିର୍ଭରଶୀଳ ହେବାକୁ ପଡିବ। ଆମକୁ ୨୦୪୭ ମସିହାରେ ଏକ ବିକଶିତ ଭାରତ ନିର୍ମାଣ କରିବାକୁ ପଡିବ । ଏହି ସଂକଳ୍ପକୁ ପୁନରାବୃତ୍ତି କରିବାର ଏକ ମହାନ ସୁଯୋଗ ହେଉଛି “ବନ୍ଦେ ମାତରମ୍” । ଏହି ଆଲୋଚନା କେବଳ ଗୃହର ପ୍ରତିବଦ୍ଧତାକୁ ପ୍ରକାଶ କରିବ ନାହିଁ ବରଂ ଆଗାମୀ ପିଢ଼ି ପାଇଁ ଏକ ଶିକ୍ଷା ଭାବରେ ମଧ୍ୟ କାର୍ଯ୍ୟ କରିପାରିବ।

ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ବନ୍ଦେ ମାତରମ୍ ୧୮୭୫ ମସିହାରେ ବଙ୍କିମ ଚନ୍ଦ୍ର ଚଟୋପାଧ୍ୟାୟଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ଏହି ଗୀତଟି ଏପରି ସମୟରେ ଲେଖାଯାଇଥିଲା ଯେତେବେଳେ ୧୮୫୭ ସ୍ୱାଧୀନତା ଯୁଦ୍ଧ ପରେ ବ୍ରିଟିଶ ସାମ୍ରାଜ୍ୟ ଆତଙ୍କିତ ଅବସ୍ଥାରେ ଥିଲା, ଭାରତ ଉପରେ ବିଭିନ୍ନ ଚାପ ପ୍ରୟୋଗ କରୁଥିଲା ଏବଂ ବିଭିନ୍ନ ଅତ୍ୟାଚାର କରୁଥିଲା। ଏପରି ସମୟରେ ବଙ୍କିମ ଚନ୍ଦ୍ର ଚାଟାର୍ଜୀ ଇଟା ଜବାବ ପଥରରେ ଦେଇଥିଲେ ଏବଂ ସେଥିରୁ ‘ବନ୍ଦେ ମାତରମ୍‌’ ଜନ୍ମ ହୋଇଥିଲା।” ବନ୍ଦେ ମାତରମ୍ ଆଲୋଚନାର କାର୍ଯ୍ୟସୂଚୀ ଅନୁଯାୟୀ, ଶାସକ ଏନଡିଏ ସଦସ୍ୟମାନଙ୍କୁ ଲୋକସଭାରେ ଆଲୋଚନା ପାଇଁ ମୋଟ ୧୦ ଘଣ୍ଟା ମଧ୍ୟରୁ ଦୁଇ ଘଣ୍ଟା ସମୟ ଦିଆଯାଇଛି। “ଏହି ବନ୍ଦେ ମାତରମ୍ ହିଁ ୧୯୪୭ ମସିହାରେ ଦେଶକୁ ସ୍ୱାଧୀନତା ଦେଇଥିଲା। ସ୍ୱାଧୀନତା ସଂଗ୍ରାମର ଭାବପ୍ରବଣ ନେତୃତ୍ୱ ଏହି ବନ୍ଦେ ମାତରମ୍ ଗାନରେ ନିହିତ ଥିଲା। ଏଠାରେ କୌଣସି ପକ୍ଷପାତିତା ନାହିଁ, ଏହା ଆମ ସମସ୍ତଙ୍କ ପାଇଁ ଯୁଦ୍ଧକୁ ଗ୍ରହଣ କରିବାର ଏକ ସୁଯୋଗ। ବନ୍ଦେ ମାତରମ୍, ଯାହା ଆମ ଲୋକମାନଙ୍କୁ ସ୍ୱାଧୀନତା ଆନ୍ଦୋଳନକୁ ନେଇଯାଇଥିଲା, ସେହି କାରଣରୁ ଆମେ ସମସ୍ତେ ଆଜି ଏଠାରେ ପହଞ୍ଚି ପାରିଛୁ,” ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking