ଭୁବନେଶ୍ୱର: ବିଜେଡିର ପରବର୍ତ୍ତୀ ଉତ୍ତରାଧିକାରୀ ନେଇ ଚର୍ଚ୍ଚ।ଡିସେମ୍ବର ୨୬ରେ ବିଜେଡିର ପ୍ରତିଷ୍ଠା ଦିବସ ପାଳନ ହେବ । ସେହିଦିନ ନବୀନ ପଟ୍ଟନାୟକ ଉତ୍ତରାଧିକାରୀ ଘୋଷଣା କରିବେ ବୋଲି ଚର୍ଚ୍ଚା ହେଉଛି । ଏହି ସମୟରେ ଦଳର ବରିଷ୍ଠ ନେତା ତଥା ଉପସଭାପତି ଦେବୀ ମିଶ୍ରଙ୍କ ବଡ ବୟାନ ସାମ୍ନାକୁ ଆସିଛି । ସୁଜତା କାର୍ତ୍ତୀକ ପାଣ୍ଡିଆନ ପରବର୍ତ୍ତୀ ଉତ୍ତରାଧିକାରୀ ଭାବେ ଚର୍ଚ୍ଚା ନେଇ ଦେଲେ ପ୍ରତିକ୍ରିୟା । ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଦଳର ସଭାପତି ଯେତେବେଳେ ଘୋଷଣା କରିବେ ସେବେ ଜଣାପଡିବ । ଦଳ ବିଧିବଦ୍ଧ ନିଷ୍ପତ୍ତି ନେଲେ ବା ସଭାପତି ନିର୍ଦ୍ଦେଶ ଦେଲେ ସମସ୍ତେ ଜାଣିପାରିବେ । ପୂର୍ବରୁ ଚାଲିଥିବା ଚର୍ଚ୍ଚା ଆଲୋଚନାକୁ ନେଇ ଏବେ କିଛି କହି ହେବ ନାହିଁ ।










