21.1 C
Bhubaneswar
Thursday, February 5, 2026
Homeଓଡିଶାଓଡ଼ିଆ ଉତ୍କର୍ଷ କେନ୍ଦ୍ରର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସୋଆ ପ୍ରତିଷ୍ଠାତା ସଭାପତିଙ୍କ ସହ ଆଲୋଚନା

ଓଡ଼ିଆ ଉତ୍କର୍ଷ କେନ୍ଦ୍ରର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସୋଆ ପ୍ରତିଷ୍ଠାତା ସଭାପତିଙ୍କ ସହ ଆଲୋଚନା

ଭୁବନେଶ୍ୱର : ଓଡ଼ିଆ ଉତ୍କର୍ଷ କେନ୍ଦ୍ରର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଫେସର ବସନ୍ତ କୁମାର ପଣ୍ଡା ଗୁରୁବାର ଏଠାରେ ଶିକ୍ଷା ଓ ଅନୁସନ୍ଧାନର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡ) ମନୋଜରଞ୍ଜନ ନାୟକଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରି ଆଲୋଚନା କରିଛନ୍ତି। ଓଡ଼ିଶାରେ ଗୁଣାତ୍ମକ ଶିକ୍ଷକଙ୍କ ଆବଶ୍ୟକତା ଦୃଷ୍ଟିରୁ ସୋଆ ପକ୍ଷରୁ ଏକ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିବାର ସମ୍ଭାବନା ବିଷୟରେ ପ୍ରଫେସର ପଣ୍ଡା ପ୍ରଫେସର (ଡ) ନାୟକଙ୍କ ସହ ପ୍ରାରମ୍ଭିକ ଆଲୋଚନା କରିଥିଲେ। ଏହି ଅବସରରେ ସେ ପ୍ରଫେସର (ଡ) ନାୟକଙ୍କୁ ଉତରୀୟ ପ୍ରଦାନ କରି ସମ୍ମାନିତ କରିବା ସହ ତାଙ୍କୁ ‘ନରେନ୍ଦ୍ର ନନ୍ଦନିକା’ ପୁସ୍ତକ ଉପହାର ଦେଇଥିଲେ। ଆଲୋଚନା ସମୟରେ ସୋଆର ଆନ୍ତର୍ଜାତିକ ସଂପର୍କ ଓ ବିଶ୍ୱବିଦ୍ୟାଳୟ ଆଉଟରିଚ୍ କାର୍ଯ୍ୟକ୍ରମ ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking