26.1 C
Bhubaneswar
Saturday, January 17, 2026
Homeଖେଳୟୁଏସ୍ ଓପନ୍‌ରେ ବିପର୍ଯ୍ୟୟ; ତୃତୀୟ ରାଉଣ୍ଡ୍‌ରୁ ଜୋକୋଭିଚ୍ ବିଦା

ୟୁଏସ୍ ଓପନ୍‌ରେ ବିପର୍ଯ୍ୟୟ; ତୃତୀୟ ରାଉଣ୍ଡ୍‌ରୁ ଜୋକୋଭିଚ୍ ବିଦା

ନ୍ୟୁୟର୍କ: ଚଳିତ ୟୁଏସ୍ ଓପନ୍‌ରେ ଶନିବାର ଆଉ ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଡିଫେଣ୍ଡିଂ ଚାମ୍ପିଅନ୍ ସର୍ବିୟାର ଷ୍ଟାର୍ ଖେଳାଳି ନୋଭାକ୍ ଜୋକୋଭିଚ୍ ପୁରୁଷ ସିଙ୍ଗଲ୍ସ ତୃତୀୟ ରାଉଣ୍ଡ୍‌ରୁ ବିଦାୟ ନେଇଛନ୍ତି। ଜୋକୋଭିଚ୍‌ଙ୍କୁ ଅଷ୍ଟ୍ରେଲିଆର ୨୮ତମ ସିଡ୍ ଆଲେକ୍ସି ପୋପିରିନ୍ ହରାଇଛନ୍ତି। ଆର୍ଥର୍ ଏଶ୍ ଷ୍ଟାଡିୟମ୍‌ରେ ଏକ ଘଣ୍ଟା ୧୯ ମିନିଟ୍ ପର୍ଯ୍ୟନ୍ତ ଚାଲିଥିବା ଏହି ମ୍ୟାଚ୍‌ରେ ଦ୍ୱିତିୟ ସିଡ୍ ଜୋକୋଭିଚ୍‌ଙ୍କୁ ୪-୬, ୪-୬, ୬-୨, ୪-୬ରେ ପରାଜୟର ମୁହଁ ଦେଖିବାକୁ ପଡ଼ିଛି। ୟୁଏସ୍ ଓପନ୍‌ର ଚତୁର୍ଥ ରାଉଣ୍ଡ୍ ପୂର୍ବରୁ ସର୍ବିୟା ଷ୍ଟାର୍ ବିଦାୟ ନେବା ଗତ ୧୮ ବର୍ଷରେ ଏହା ପ୍ରଥମ ଘଟଣା।

ସେହିପରି ୨୦୧୭ ପରେ ପ୍ରଥମ ଥର ପାଇଁ ଜୋକୋଭିଚ୍ ଗ୍ରାଣ୍ଡ୍‌ସ୍ଲାମ୍ ଟାଇଟଲ୍ ବିନା ବର୍ଷର ଅନ୍ତ ଘଟାଇବେ। ଗତବର୍ଷ ରୁଷର ଡାନିଲ୍ ମେଡ୍‌ଭେଡେଭ୍‌ଙ୍କୁ ହରାଇ ଜୋକୋଭିଚ୍ ୟୁଏସ୍ ଓପନ୍ ଚାମ୍ପିଅନ୍ ହୋଇଥିଲେ। ୨୪ ଗ୍ରାଣ୍ଡ୍ ସ୍ଲାମ୍ ଟାଇଟଲ୍ ଜିତି ଅଷ୍ଟ୍ରେଲିଆର ମାର୍ଗାରେଟ୍ କୋର୍ଟଙ୍କ ସମକକ୍ଷ ଥିବା ଜୋକୋଭିଚ୍ ୟୁଏସ୍ ଓପନ୍ ୨୦୨୪ରେ ସର୍ବାଧିକ ୨୫ତମ ଟାଇଟଲ୍ ଜିତିବା ପ୍ରୟାସରେ ଥିଲେ। ଦିନକ ପୂର୍ବରୁ ୪ ଥରର ଗ୍ରାଣ୍ଡ୍‌ସ୍ଲାମ୍ ଚାମ୍ପିଅନ୍ ସ୍ପେନ୍‌ର କାର୍ଲୋସ୍ ଅଲ୍‌କାରାଜ୍ ମଧ୍ୟ ଚଳିତ ଟୁର୍ଣ୍ଣାମେଣ୍ଟ୍‌ରୁ ବାଦ୍ ପଡ଼ିଥିଲେ। ପୁରୁଷ ସିଙ୍ଗଲ୍ସର ଦ୍ୱିତୀୟ ରାଉଣ୍ଡ୍‌ରେ ବିଶ୍ୱର ନଂ.-୭୪ ଖେଳାଳି ନେଦରଲାଣ୍ଡ୍‌ସର ବୋଟିକ୍ ଭାନ୍ ଡି ଜେଣ୍ଡସ୍କଲ୍ସ ୬-୧, ୭-୫, ୬-୪ ସିଧା ସେଟ୍‌ରେ ମାତ୍ ଦେଇଥିଲେ। ଚଳିତ ବର୍ଷ ୱିମ୍ବଲଡନ୍ ଫାଇନାଲ୍‌ରେ କୋଜୋଭିଚ୍‌ଙ୍କୁ ହରାଇଥିବା ଅଲ୍‌କାରାଜ୍ ୨୦୨୨ ୟୁଏସ୍ ଓପନ୍ ଚାମ୍ପିଅନ୍ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking