30.1 C
Bhubaneswar
Thursday, February 5, 2026
Homeଦେଶ ବିଦେଶଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶରୁ ସାମ୍ନାକୁ ଆସିଛି ଏକ ଛାତିଥରା ଘଟଣା । ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର ହୋଇଥିବା ନେଇ ସୂଚନା ମିଳିଛି । ଏହି ଘଟଣା ଯୋଗୁଁ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଅଭିଯୁକ୍ତଙ୍କ ଦ୍ୱାରା ବଳାତ୍କାର ପୂର୍ବ ପରିସ୍ଥିତର ଏକ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ଝିଅଟି ରାସ୍ତାରେ ଦୌଡ଼ୁଥିବାର ଦେଖାଯାଉଛି ଏବଂ ପଛରେ ୫-୬ଟି ବାଇକ ଆସୁଥିବାର ଦେଖାଯାଉଛି। ଏହି ଭିଡିଓଟି ଘଟଣାସ୍ଥଳ ନିକଟରେ ଥିବା ଏସପି ବାସଭବନରେ ଲାଗିଥିବା ସିସି ଟିଭି କ୍ୟାମେରାରେ ରେକର୍ଡ ହୋଇଛି।

ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି, ଯୁବତୀ ଜଣକ ଅଭିଯୁକ୍ତଙ୍କଠାରୁ ଖସି ଯିବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ସେ ବିଫଳ ହୋଇଛନ୍ତି ଏବଂ ତା’ପରେ ତାଙ୍କୁ ବଳାତ୍କାର କରାଯାଇଛି। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି, ପୋଲିସ ତଦନ୍ତ ଆରମ୍ଭ କରିଛି ଏବଂ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ ଅନେକ ସୁରାକ ଖୋଜାଯାଉଛି। ପୋଲିସ ଅଧିକାରୀଙ୍କ ଅନୁଯାୟୀ, ଘଟଣାଟି ବଳରାମପୁରର ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଘଟିଥିଲା ଏବଂ ଅଭିଯୁକ୍ତମାନେ ସମ୍ପୂର୍ଣ୍ଣ ଘଟଣାଟିକୁ ଅତ୍ୟନ୍ତ ର୍ନିଭୀକ ଭାବରେ ଘଟାଇଛନ୍ତି। ପୋଲିସ ଏବେ ଏହି ଭିଡିଓ ଆଧାରରେ ଅଭିଯୁକ୍ତଙ୍କୁ ଖୋଜୁଛି ଏବଂ ଶୀଘ୍ର ସେମାନଙ୍କୁ ଗିରଫ କରିବାକୁ ଚେଷ୍ଟା କରିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking